ଖୋଲାରେ ଶୌଚ କଲେ ୬ ମାସ ଜେଲ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସହାରନପୁର ଜିଲା ପଞ୍ଚାୟତିରାଜ ଅଧିକାରୀ (ଡିପିଆରଓ) ଏକ ଅଜବ ନିୟମ ଲାଗୁ କରିଛନ୍ତି। ଡିପିଆରଓ ସତୀଶ କୁମାରଙ୍କ ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତି ଖୋଲା ସ୍ଥାନରେ ଶୌଚ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ରୁଜୁ କରାଯିବ। ଆପରାଧିକ କାର୍ଯ୍ୟକଳାପ ଧାରାରେ ଏହି ଏଫଆଇଆର ରୁଜୁ ହେବ ବୋଲି ସେ କହିଛନ୍ତି। ଡିପିଆରଓଙ୍କ ଅନୁସାରେ, ଖୋଲା ସ୍ଥାନରେ ଶୌଚ ମୁକ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସହାରନପୁରରେ ୯୦ ହଜାର ପାଇଖାନା ତିଆରି କରାଯାଇଛି। ୨.୧୯ ଲକ୍ଷ ପରିବାରରେ ପାଇଖାନା ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ତେବେ ଖୋଲା ସ୍ଥାନରେ ଶୌଚ ହେବା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ। ତେଣୁ ଯେକେହି ଖୋଲା ସ୍ଥାନରେ ଶୌଚ କରିବେ ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୧୨୦ (କ), ୧୮୬ ଓ ୨୬୯ ଲାଗିବ। ଏହି ଧାରାରେ ତାଙ୍କୁ ୬ ମାସ ଜେଲ ମଧ୍ୟ ହୋଇପାରେ।

Leave A Reply