କଲକାତା ମେଟ୍ରୋରେ ବୋମା ଆତଙ୍କ

0

କଲକାତା: କଲକାତା ମେଟ୍ରୋ ଟ୍ରେନରେ ପଡ଼ିଥିବା ଏକ ଟିଫିନ ବାକ୍ସକୁ ନେଇ ରବିନ୍ଦ୍ର ସଦନ ମେଟ୍ରୋ ଷ୍ଟେସନରେ ଦୀର୍ଘ ସମୟ ଧରି ବୋମା ଆତଙ୍କ ଲାଗି ରହିଥିଲା। ସ୍ୱୟଂଚାଳିତ ଶିଢି ନିକଟରେ ପଡ଼ିଥିବା ଏକ ଟିଫିନ ବାକ୍ସ ସମ୍ପର୍କରେ ଯାତ୍ରୀମାନେ ସୁରକ୍ଷାକର୍ମୀଙ୍କ ଧ୍ୟାନ ଆକର୍ଷଣ କରିବା ପରେ ଏଭଳି ଆତଙ୍କ ଦେଖା ଦେଇଥିଲା। ଦିନ ୧୧ଟା ସମୟରେ ଘଟିଥିବା ଏଭଳି ଘଟଣା ହେତୁ ମେଟ୍ରୋରେ ଯାତ୍ରା କରୁଥିବା ଅଫିସ ଯାତ୍ରୀମାନେ ଭୟରେ ମେଟ୍ରୋ ଛାଡ଼ି ବାହାରକୁ ପଳାଇ ଯାଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ବିସ୍ଫୋରକ ନିଷ୍କ୍ରିୟ ଦଳ ଓ ସନ୍ଧାନୀ କୁକୁର ପହଞ୍ôଚ ଥିଲେ। ତଦନ୍ତରେ ଏହା ଏକ ପରିତ୍ୟାକ୍ତ ଟିଫିନ ବାକ୍ସ ବୋଲି ଜଣାପଡ଼ିଥିଲା।

Leave A Reply