www.samajalive.in
Monday, December 15, 2025
24.1 C
Bhubaneswar

କର୍ଣ୍ଣାଟକ କଂଗ୍ରେସରେ ମନ୍ତ୍ରୀପଦକୁ ନେଇ ବଢୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜନତା ଦଳ(ସେକୁଲାର) ଜେଡିଏସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ସହ ମନ୍ତ୍ରିମଣ୍ଡଳର ବିସ୍ତାର କରିଛନ୍ତି। ତେବେ ପରିସ୍ଥିତିକୁ ତର୍ଜମା କଲେ ମନ୍ତ୍ରିମଣ୍ଡଳର ବିସ୍ତାର ସାଙ୍ଗକୁ ସରକାର ଅସନ୍ତୋଷଙ୍କ ବିସ୍ତାର ହେବାରେ ଲାଗିଥିବା ଦୃଶ୍ୟମାନ ହେଉଛି। ମୁଖ୍ୟତଃ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମନ୍ତ୍ରୀ ପଦ ପାଇଁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବ ମନ୍ତ୍ରୀ ଏଚଏମ ରମନ୍ନା ଦଳ ଛାଡ଼ିବାକୁ ମନ ବଳାଇଥିବାର ଖବର ମଧ୍ୟ ଶୁଣିବାକୁ ମିଳୁଛି। ଶନିବାର ଆଉ ଜଣେ ବିଧାୟକ ମଧ୍ୟ ମନ୍ତ୍ରୀ ପଦକୁ ନେଇ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ବିଧାୟକ ରାମାଲିଙ୍ଗ ରେଡ୍ଡି ମନ୍ତ୍ରୀ ପଦ ପାଇଁ ଧାରଣାରେ ବସିଛନ୍ତି। ବିଧାୟକଙ୍କ ସମର୍ଥକ ବେଙ୍ଗାଲୁରୁ ଟାଉନ ହଲ ସମ୍ମୁଖରେ ଧାରଣାରେ ବସିଛନ୍ତି।
୬ମେରେ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଥିଲା। ୨୫ଜଣ ବିଧାୟକଙ୍କୁ ଏଥିରେ କ୍ୟାବିନେଟରେ ସ୍ଥାନ ମିଳିଥିଲା। ଏଥିରେ କଂଗ୍ରେସର ୧୪ଜଣ ବିଧାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିଲା। ତେବେ କର୍ଣ୍ଣାଟକ କଂଗ୍ରେସରେ ଅଧିକ ସଂଖ୍ୟକ ବିଧାୟକ ମନ୍ତ୍ରୀ ହେବାର ଆଶା ବାନ୍ଧି ବସିଛନ୍ତି। ସେମାନଙ୍କୁ ଦଳ ପକ୍ଷରୁ ବୁଝାସୁଝା କରାଯାଉ ଥିଲେ ମଧ୍ୟ ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯାଉଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories