ଓମାନରେ ସାମୁଦ୍ରିକ ଝଡ଼:୩ମୃତ ୪୦ନିଖୋଜ

0

ନୂଆଦିଲ୍ଲୀ: ଆରବ ମହାସାଗର ତରବର୍ତ୍ତୀ ଅଞ୍ଚଳ ଓମାନ ଓ ୟେମେନରେ ଶନିବାର ପୂର୍ବାହ୍ନରେ ସାମୁଦ୍ରିକ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଓମାନର ପ୍ରମୁଖ ସହର ସଲାହର ଏକ ବଡ଼ ଅଂଶ ଏହି ଝଡ଼ରେ ପ୍ରଭାବିତ ହୋଇଛି। ଏହି ସହର ଓମାନର ତୃତୀୟ ବୃହତ ସହର। ଝଡ଼ର ପ୍ରଭାବରେ ସମ୍ପୃକ୍ତ ସହରରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବା ସହ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ଝଡ଼ର ପ୍ରଭାବରେ ୪୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ନିଖୋଜ ଅଛନ୍ତି ବୋଲି ସରକାରୀ ସୁତ୍ରରୁ ପ୍ରକାଶ। ଝଡ଼ର ପୂର୍ବାନୁମାନ ପାଇଁ ସମୁଦ୍ର କୂଳରେ ଥିବା ହୋଟେଲଗୁଡ଼ିକ ଖାଲି କରାଯାଇ ଥିଲା। ପବିତ୍ର ରମଜାନ ଅବସରରେ ସୂର୍ଯ୍ୟ ଉଡ଼ିବା ପୂର୍ବରୁ ଅଞ୍ଚଳବାସୀ ଖାଇବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ଝଡ଼ର ଆଗମନ ହୋଇଥିଲା। ଖାଉଥିବାବେଳେ ଘର କାନ୍ଥ ଭାଙ୍ଗି ପଡ଼ିବାରୁ ୧୨ବର୍ଷିଆ ନାବାଳିକା ସହ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ଝଡ଼ରେ ପବନର ବେଗ ୧୭୦ରୁ ୧୮୦କିମି ବେଗରେ ପ୍ରବାହିତ ହେଉଥିଲା।

Leave A Reply