ଏଣିକି ୫ ବର୍ଷ ପାଇଁ ଥାର୍ଡ ପାର୍ଟି ବୀମା ବାଧ୍ୟତାମୂଳକ

0

ନୂଆଦିଲ୍ଲୀ: ଏଣିକି ନୂଆ କାର କିଣିଲେ ୩ ବର୍ଷ ପାଇଁ ଏବଂ ଦୁଇ ଚକିଆ ଯାନ କିଣିଲେ ୫ ବର୍ଷିଆ ପାଇଁ ଥାର୍ଡ ପାର୍ଟି ବୀମା କରିବାକୁ ପଡ଼ିବ। ଶୁକ୍ରବାର ଏହି ମର୍ମରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ।
ପ୍ରଚଳିତ ନିୟମ ଅନୁଯାୟୀ ଗାଡ଼ି କିଣିବା ବେଳେ ୧ ବର୍ଷ ପାଇଁ ଥାର୍ଡ ପାର୍ଟି ବୀମା କରାଯାଇ ପ୍ରତିବର୍ଷ ନବୀକରଣ କରାଯାଉଛି। କିନ୍ତୁ ବାସ୍ତବରେ ପ୍ରଥମ ବର୍ଷ ପରେ ଅଧିକାଂଶ ଗାଡ଼ି ଚାଳକ ଏହାର ନବୀକରଣ କରୁନାହାନ୍ତି। ଦେଶରେ ୧୮ କୋଟି ପଞ୍ଜିକୃତ ଗାଡ଼ି ମଧ୍ୟରୁ ମାତ୍ର ୬ କୋଟି ଗାଡ଼ିର ବୀମା ଅଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ। ଜଷ୍ଟିସ୍‍ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କମିଟି ଦାଖଲ କରିଥିବା ରିପୋର୍ଟକୁ ଗ୍ରହଣ କରି ନେଇ ଉପରୋକ୍ତ ରାୟ ଶୁଣାଇଛନ୍ତି।

Leave A Reply