ଉତ୍‌କ୍ଷେପଣ ହେବାର ୪୮ ଘଣ୍ଟା ପରେ ଜିଏସ୍‌ଏଟି-୬ଏରେ ତ୍ରୁଟି, ଇସ୍ରୋର ଜରୁରୀ ବୈଠକ

0

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଗୁରୁବାର ଶ୍ରୀହରିକୋଟାରେ ଜିଏସ୍‌ଏଟି୍‌ ୬ଏ ସାଟେଲାଇଟ ଉତ୍‌କ୍ଷେପଣ କରିଥିଲା। ଏହାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ସଫଳ ଉତ୍‌କ୍ଷେପଣ ନେଇ ସନ୍ଦେହ ଉପୁଜିଛି। ଭାରତୀୟ ସେନା ପାଇଁ ସଞ୍ଜାର ଯୋଗାଯୋଗ ବ୍ୟବସ୍ଥା ମଜବୁତ୍‌ କରିବା ଉଦ୍ଦେଶ୍ୟରେ ଜିଏସ୍‌ଏଟି-୬ଏ ସାଟେଲାଇଟ ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଇସ୍ରୋ ସୂତ୍ରାନୁସାରେ, କକ୍ଷପଥରେ ଜଡ଼ିତ ପ୍ରକ୍ରିୟା ଶନିବାର ସକାଳ ୧୦ଟା ସୁଦ୍ଧା ଠିକ୍‌ ରହିଥିଲା। କିନ୍ତୁ ଏହାର କିଛି ମିନିଟ ପରେ ସାଟେଲାଇଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। କୌଣସି ତ୍ରୁଟି ନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନେ ଅନୁସନ୍ଧାନ ଚଳାଇବା ସହ ବୈଠକ ଡାକିଛନ୍ତି। ସୂଚନାଯୋଗ୍ୟ, ୨୧୪୦ କିଲୋଗ୍ରାମ୍‌ ଓଜନ ବିଶିଷ୍ଟ ଜିଏସ୍‌ଏଟି-୬ଏ ସାଟେଲାଇଟକୁ ଶ୍ରୀହରିକୋଟାସ୍ଥିତ ସ୍ପେଶ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଥିଲା।

Leave A Reply