BJD Bijuli 480×75 Mob

ଉତ୍ତରପ୍ରଦେଶରେ ୬ଟି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ନିହତ

BJD Bijuli 480×75 Mob
0

ନୋଏଡା: ପଶ୍ଚିମ ଉତ୍ତରପ୍ରଦେଶରେ ରବିବାର ପୁଲିସ ପୃଥକ ସ୍ଥାନରେ ୬ଟି ଏନକାଉଣ୍ଟର କରିଛି। ନୋଏଡାରେ ହୋଇଥିବା ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରବଣ ଚୌଧୁରୀଙ୍କ ମୃତ୍ୟୁ ଘଟିଛି। ଏତ୍‌ଦବ୍ୟତୀତ ସହାରଣପୁର, ଗାଜିଆବାଦ, ଦନକୌରରେ ମଧ୍ୟ ପୁଲିସ ଚଢ଼ାଉ କରିଥିଲା। ଶ୍ରବଣଙ୍କ ଉପରେ ଦିଲ୍ଲୀ ଓ ନୋଏଡାରେ ୫୦ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଉପରୋକ୍ତ ଦୁଇ ସ୍ଥାନରେ ଘଟିଥିବା ବିଭିନ୍ନ ଆପରାଧିକ ମାମଲାରେ ଶ୍ରବଣଙ୍କ ସମ୍ପୃକ୍ତି ରହିଥିଲା। ଏନକାଉଣ୍ଟର ସମୟରେ ଶ୍ରବଣଙ୍କ ନିକଟରୁ ଏକ ଏକେ-୪୭ ବନ୍ଧୁକ ଜବତ ହୋଇଛି। ସେହିପରି ଦନକୌର ଏନକାଉଣ୍ଟରରେ ଦୁଇ ଅପରାଧୀଙ୍କୁ ଗୁଳି ଲାଗିଛି। ପୁଲିସ ସେମାନଙ୍କୁ ଗିରଫ କରିଛି। ସହାରନପୁର ଶାମଲୀ ନିକଟରେ ଏନକାଉଣ୍ଟରରେ ୨୫ ହଜାର ପୁରସ୍କାର ରହିଥିବା ଅହଶାନ ଓରଫ ସଲିମଙ୍କ ମୃତ୍ୟୁ ଘଟିଛି। ଏନକାଉଣ୍ଟରରେ ଗୁରୁତର ଆହତ ସଲିମଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଅପରାଧୀ ଆହତ ଅବସ୍ଥାରେ ଫେରାର ରହିଛି। ପୁଲିସ ସେଠାରୁ ଏକ ଲକ୍ଷ ଟଙ୍କା, ଗୋଟିଏ ବାଇକ୍‌ ଓ ଏକ ପିସ୍ତଲ ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗାଜିଆବାଦରେ ଗୋଟିଏ ଏନକାଉଣ୍ଟର ହୋଇଥିଲା।

Leave A Reply