ଉତ୍କଳ ଦିବସ ପାଳନରେ ବିଭ୍ରାଟ

0

ନୀଳଗିରି: ଧାର୍ୟ୍ୟ ସମୟରେ ସରକାରୀ ଅଧିକାରୀ ପହଞ୍ଚିଲେନି କି ଉପଜିଲାପାଳଙ୍କ ଫାଟକରୁ ତାଲା ଖୋଲାଗଲାନି। ଏନେଇ ନୀଳଗିରିରେ ଉତ୍କଳ ଦିବସ ପାଳନରେ ବିଭ୍ରାଟ ଘଟିଛି। ଫାଟକରେ ତାଲା ଯୋଗୁ ବରପୁତ୍ରଙ୍କ ବେକରେ ଫୁଲମାଳ ଚଢାଇବାରେ ବିଳମ୍ବ ଘଟିଲା। ଓଡିଆଙ୍କ ସ୍ବାଭିମାନ ପ୍ରତି ଅପମାନ ବୋଲି ଅଭିଯୋଗ କରି ସ୍ଥାନୀୟ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଉପଜିଲାପାଳଙ୍କ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ବେଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ତାଙ୍କୁ ହାତ ଧରି ଉଠାଇଥିବା ଦେଖିବାକୁ ମିଳିଛି। ଖବରପାଇ ଉପଜିଲାପାଳ ଅବୋଲି ଏସ୍ ନରଓ୍ବଣେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ଜଗୁଆଳି ପାଖରେ ଚାବିକାଠି ରହିଥିଲା ବୋଲି କହିଥିଲେ। ଏହି ବ୍ୟତିକ୍ରମ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

Leave A Reply