ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଯ୍ୟକ୍ରମକୁ ମଙ୍ଗଳବାର ଉଦଘାଟନ କରିଛନ୍ତି। ଏହି ସ୍ୱାସ୍ଥ୍ୟବୀମା କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୨୦୧୮ଜୁନ ୧ରୁ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୨୩୩ଜଣ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଯୋଜନାରେ ୨ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ। କେବଳ କାର୍ଯ୍ୟରତ ସାମ୍ବାଦିକ ଓ ପରିବାରର ୫ଜଣ ସଦସ୍ୟଙ୍କୁ ଏହି ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଲିକାରେ ସ୍ଥାନିତ ସାମ୍ବାଦିକ ମାନେ ଏହି ପରିପ୍ରେକ୍ଷୀରେ ଜିଲାର ଡିଆଇପିଆରଓ(ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ) ନିକଟରୁ ବୀମା କାର୍ଡ଼ ସଂଗ୍ରହ କରିବେ।
ଉତ୍କଳମଣୀ ଗୋପବନ୍ଧୁଙ୍କ ନାମରେ ସ୍ୱାସ୍ଥ୍ୟବୀମା ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟ ସରକାର ଦୀର୍ଘ ଦିନ ଧରି କାର୍ଯ୍ୟରତ ସାମ୍ବାଦିକଙ୍କ ଦାବି ପୂରଣ କରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ସିଧାସଳଖ ଚିକିତ୍ସା ସମ୍ବନ୍ଧିୟ ଉପକାର ପାଇବେ।

Leave A Reply