nua o banner

ଇଞ୍ଜିନ ଛାଡ଼ି ବଗି ପଳାଇଲା, ଯାତ୍ରୀ ଆତଙ୍କିତ

BSKY banner  750×100
0

କଟକ : ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ ପୁରୀ ଫେରୁଥିବାବେଳେ ଟିଟିଲାଗଡ଼ ଷ୍ଟେସନ ନିକଟରେ ଅଘଟଣର ଶିକାର ହୋଇଛି । ଟିଟିଲାଗଡ଼ ଷ୍ଟେସନ ନିକଟରେ ଟ୍ରେନ୍‌ର ୨୨ଟି ଡବା ଇଞ୍ଜିନରୁ ଅଲଗା ହୋଇ କେସିଙ୍ଗା ପଥରେ ଗଡ଼ିଥିଲା । ଟ୍ରେନ୍‌ ବଗି ଇଞ୍ଜିନ ଛାଡି ଭୁଲବାଟରେ ଗଡ଼ିବା ଯାତ୍ରୀ ଜାଣିବା ପରେ ଭୟଭୀତ ହୋଇପଡିଥିଲେ । ଜରୁରୀକାଳୀନ ବ୍ରେକ୍‌ ଲଗାଇବାରୁ ଟ୍ରେନ୍‌ ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା । ଟିଟିଲାଗଡ଼ ଷ୍ଟେସନରେ ଇଞ୍ଜିନ ବଦଳା ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା ବୋଲି କୁହାଯାଉଛି । ଅଘଟଣ ପରେ କାର୍ଯ୍ୟରେ ଅବହେଳା ପାଇଁ ୨ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ରେଳ ଧାରଣାରେ ପଥର ରଖି ରେଳ କର୍ମଚାରୀମାନେ ଟିଟିଲାଗଡ଼ଠାରୁ ପ୍ରାୟ ୧୫ କିଲୋମିଟର ଦୂର କେସିଙ୍ଗା ନିକଟରେ ଟ୍ରେନ୍‌ର ଡବାକୁ ଅକଟାଇଥିଲେ । ଟ୍ରେନ୍‌ରେ କେତେ ଯାତ୍ରୀ ଥିଲେ ତାହା ଜଣାପଡିନାହିଁ । ଅଲଗା ହୋଇଥିବା ଡବାକୁ ଆଣିବା ପାଇଁ କେସିଙ୍ଗାରେ ଏକ ଇଞ୍ଜିନ ଯାଇ ପହଞ୍ଚିଛି । ଯାତ୍ରୀଙ୍କୁ ଟିଟିଲାଗଡ଼ ଅଣାଯିବା ପରେ ସେଠାରୁ ସେମାନେ ପୁରୀ ଅଭିମୁଖେ ଯାତ୍ରା କରିବେ ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply