www.samajalive.in
Monday, December 8, 2025
16.1 C
Bhubaneswar

ଆସିବେ ୨ ୫ହଜାର ବିଦେଶୀ ପର୍ଯ୍ୟଟକ; ଧଉଳି ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ବିଶ୍ୱକପ୍‍ ଆୟୋଜନ ହେବ। ଏଥିପାଇ ବିଦେଶରୁ ପ୍ରାୟ ୨୫ ହଜାରପର୍ଯ୍ୟଟକ ଭାରତ ଆସିବା ସମ୍ଭାବନା ରହିଛି। ଅନେକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ସମ୍ପର୍କରେ ଜାଣନ୍ତି ନାହିଁ। ଏଥିପାଇଁ ଏବେ ପ୍ରଥମେ ଭାରତ ମାନଚିତ୍ର ପ୍ରସ୍ତୁତ ହେଉଛି; ଯେଉଁଥିରେ ଓଡ଼ିଶା ମାନଚିତ୍ର ଅଧିକ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯାଇଛି। ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ଏହି ମାନଚିତ୍ରକୁ ପ୍ରଦର୍ଶିତ କରାଯିବ। ସେହିପରି ବିଦେଶରେ ଥିବା ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟରେ ଏହି ନୂଆ ଭାରତୀୟ ମାନଚିତ୍ର ପ୍ରଦର୍ଶିତ କରାଯିବ; ଯାହାକୁ ଭାରତ ଆସିବାକୁ ଥିବା ପର୍ଯ୍ୟଟକ ଦେଖିପାରିବେ।
ଭାରତ ଆସି ହକି ବିଶ୍ୱକପ୍‍ ଦେଖିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆଗ୍ରହୀ ପର୍ଯ୍ୟଟକଙ୍କୁ ଭାରତୀୟ ଦୂତାବାସ ଓ ପର୍ଯ୍ୟଟନ କାର୍ଯ୍ୟାଳୟ ମୌଳିକ ସୁବିଧା ଯୋଗାଇଦେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହିତ ମିଳିତ ସମନ୍ୱୟରେ ଭାରତୀୟ ପର୍ଯ୍ୟଟନ ବିଦେଶୀ ପର୍ଯ୍ୟଟକଙ୍କୁ ରାଜ୍ୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ପ୍ରସ୍ତୁତ କରିଛି। ଏଥିରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଧଉଳି ସ୍ତୁପକୁ ସ୍ଥାନିତ କରାଯାଇଛି। ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି ଶାନ୍ତିସ୍ତୂପ ଧଉଳି। ତେଣୁ ହକି ବିଶ୍ୱକପ୍‍ ସମୟରେ ଦେଶବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଲାଗି ଧଉଳି କିଭଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ; ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଭାରତୀୟ ପର୍ଯ୍ୟଟନ ସହାୟକ ନିର୍ଦେଶକ ପ୍ରବୀର ଚକ୍ରବର୍ତ୍ତୀ କହିଛନ୍ତି।
ଧଉଳି ପାହାଡ଼ ନିକଟରେ ୨ଟି ପୁରାତନ ଗୁମ୍ଫାର ସନ୍ଧାନ କରାଯାଇଛି। ସେହିପରି ଏଠାରୁ ୨ଟି ଶିଳାଲିପି ଉଦ୍ଧାର ହୋଇଛି। ଅପରପକ୍ଷରେ ହାତ ତିଆରି ଖପରା, ବିଭନ୍ନ ରଙ୍ଗର ଖପରା ଓ ପଥରର ବାସନ ମିଳିଛି। ଫଳରେ ଧଉଳି ଅଞ୍ଚଳରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ବୃହତ ଜନବସତି ଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍‍ ଦାବି କରିଛନ୍ତି। ଓଡ଼ିଶା ଇତିହାସର ପ୍ରଥମ ତାରିଖ ଥିବା ଐତିହାସିକ ଘଟଣା ତଥା ଭାରତ ଏବଂ ବିଶ୍ୱ ଇତିହାସକୁ ବିଶେଷ ଗୁରୁତ୍ୱ ରଖୁଥିବା ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧକୁ ନେଇ ଯଦିଓ ବିତର୍କ ଦେଖାଦେଇଛି; ତଥାପି ଧଉଳିକୁ ସମ୍ଭାବ୍ୟ କଳିଙ୍ଗ ଯୁଦ୍ଧର ସ୍ଥାନ ଭାବେ କିଛି ଐତିହାସିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଠାରେ ସମ୍ରାଟ ଅଶୋକଙ୍କ ବୌଦ୍ଧଧର୍ମର ଭିତ୍ତି ପଡ଼ିଥିଲା ବୋଲି କୁହା ଯାଇପାରେ। ଏଭଳି ବିଷୟବସ୍ତୁକୁ ଆଧାର କରି ଭାରତୀୟ ପର୍ଯ୍ୟଟନ ବିଶେଷ ପ୍ୟାକେଜ୍‍ ପ୍ରସ୍ତୁତ କରିଛି। ଏହାସହିତ ଓଡ଼ିଶା ବେଳାଭୂମି, ପରିବେଶ ପର୍ଯ୍ୟଟନ, ଐତିହ୍ୟ, ପୁରାତନ ମଠ ଓ ମନ୍ଦିର, ଉଦ୍ଭିଦ ଉଦ୍ୟାନ, ଜଳପ୍ରପାତ ଆଦି ସ୍ଥାନକୁ ପର୍ଯ୍ୟଟକ ଯେଭଳି ଯାଇପାରିବେ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରି ନିଆରା ଅନୁଭୂତି ନେଇ ଫେରିବେ; ସେସବୁ ଦିଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ଚାଟ୍ଟାର୍ଜି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories