ଆବେଦନକାରୀଙ୍କଠୁ ୧୦୦୦ କୋଟି ଲାଭ କଲା ରେଲୱେ; ୯୦ ହଜାର ପଦ ପାଇଁ ୨.୮ କୋଟି ଆବେଦନ

0

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ୯୦ ହଜାର ପଦ ପାଇଁ ଗ୍ରୁପ୍‌ ଡି ଓ ଗ୍ରୁପ୍‌ ସିରେ ନିଯୁକ୍ତି ଲାଗି ପ୍ରାୟ ୨.୮ କୋଟି ଆଶାୟୀ ଆବେଦନ କରିଛନ୍ତି। ଏହି ଆବେଦନ ପ୍ରକ୍ରିୟାରୁ ରେଲୱେ ବହୁ କୋଟି ଟଙ୍କା ଆୟ କରିଛି। ରେଲୱେ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବର୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ଆବେଦନକାରୀ ୫୦୦ ଟଙ୍କା ଏବଂ ଅନ୍ୟ ବର୍ଗର ଆଶାୟୀଙ୍କ ଲାଗି ୨୫୦ ଟଙ୍କା ଦେୟ ରହିଛି। ମୋଟ ଆବେଦନକାରୀ ୨.୮ କୋଟି ରହିଥିବାବେଳେ ଯଦି ୩୫୦ ଟଙ୍କା ମୁଣ୍ଡ ପିଛା ରହେ, ତେବେ ରେଲୱେର ଫାଇଦା ପ୍ରାୟ ୯୮୦ କୋଟି ଟଙ୍କା ରହିପାରେ। ଭାରତୀୟ ରେଲୱେରେ ଏହି ପଦଗୁଡ଼ିକ ପାଇଁ ଯେତିକି ଆବେଦନ ହୋଇଛି, ତାହା ଅଷ୍ଟ୍ରେଲିଆ ଜନସଂଖ୍ୟାଠାରୁ ଅଧିକ। ୨୦୧୬ ଜନଗଣନା ଅନୁସାରେ, ଅଷ୍ଟ୍ରେଲିଆ ଜନସଂଖ୍ୟା ୨.୪୧ କୋଟି।
କିଛିବର୍ଷ ତଳେ ରେଲୱେରେ ୧୮ ହଜାର ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଥିଲା। ଏଥିରେ ୧ କୋଟି ଆଶାୟୀ ଆବେଦନ କରିଥିଲେ। ଏଥିପାଇଁ ଅନଲାଇନ ପରୀକ୍ଷା କରାଯାଇଥିଲା। ଯାହାକୁ ବିଶ୍ୱର ବୃହତ୍‌ ଅନଲାଇନ ପରୀକ୍ଷା କୁହାଯାଇଛି। ପରେ ଏହାର ନିଯୁକ୍ତି ପ୍ରକ୍ରିୟା ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଥିଲା।

Leave A Reply