www.samajalive.in
Saturday, December 6, 2025
15.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି

ଆରଡି : ଆସନ୍ତା ମାର୍ଚ୍ଚ ୪ ଅର୍ଥାତ ସୋମବାର ପବିତ୍ର ଜାଗରଯାତ୍ରା(ମହାଶିବରାତ୍ରି)। ଏଥିପାଇଁ ରାଜ୍ୟର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ପ୍ରସ୍ତୁତି ପର୍ବ। ଗତ ସୋମବାର ଜାଗରଯାତ୍ରାର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲା ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା ସମନ୍ୱୟ ବୈଠକ। ଉକ୍ତ ବୈଠକରେ ମନ୍ଦିର ଟ୍ରଷ୍ଟର ସଭ୍ୟ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲା ଆଡିସିନାଲ ଏସପି ବିକାଶ ଚନ୍ଦ୍ର ଦାସ, ମ୍ୟାନେଜି ଟ୍ରଷ୍ଟି ତଥା ଉପ-ଜିଲାପାଳ ପିତାମ୍ବର ସାମଲ, ଜିଲାପରିଷଦ ସଭ୍ୟ ଦିଜବର ରାଉତ, ପିଡି ମଧୁସୂଧନ ମିଶ୍ର, ମନ୍ଦିରର ପରିଚାଳନା କମିଟ, ସରୋଜ ପାଢୀ ଓ ଜିଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବସ ସିଣ୍ଡିକେଟର ଅଧିକାରୀ, ସତ୍ୟସାଈ ସେବା ସଂଘଠନ, ବ୍ରଜଗୋପିକା ମିଶନ ଆଦି ବହୁ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ଥିଲେ। ସର୍ବପ୍ରଥମେ ଜାଗରଯାତ୍ରା ନୀତିକାନ୍ତି ନିମନ୍ତେ ସେବାୟତ ବିଜୟ କୁମାର ଦାଶ ନୀତିନୀର୍ଘଣ୍ଟ ପାଠ କରିଥିଲେ। ଜାଗରଯାତ୍ରା ଦିନ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ ସହ ପହିଲି ଘର୍ଷଣଭୋଗ କନିକା ରାଜା ସାହେବଙ୍କ ପକ୍ଷରୁ ଅନୁଷ୍ଠିତ ହେବ। ପରେ ସକାଳ ୫ଟା ସୁଧା ପାଳିଆ ସେବାୟତଙ୍କ ପକ୍ଷରୁ ବଡାଭାତ ଖେଚୁଡି ଅନ୍ନ ଲାଗି ହେବା ପରେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସକାଳ ସାଢେ ପାଞ୍ଚଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାହଣ ମେଲା କରାଯିବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ପରେ ସନ୍ଧ୍ୟା ୬ରୁ ଚାରିପ୍ରହର ନୀତିକାନ୍ତି ରାତି ୧ଟା ସୁଧା ସରିବା ପରେ ମଣିବାବଙ୍କ ସୁନାବେଶ ଓ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ପ୍ରକାଶ ପାଇଥିଲା। ଚଳିତବର୍ଷ ଜାଗଗରଯାତ୍ରା ସୋମବାର ପାଳିତ ହେଉଥିବାରୁ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ଏଥିପାଇଁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଜିଲା ଆଡିସିନାଲ ଏସପି, ଧାମନଗର ଏସଡିପିଓ ମନୋରଞନ ସାମଲ, ଧୁଷୁରୀ ଥାନା ଅଧିକାରୀ, ଆରଡିଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସଙ୍କ ସହ ଜିଲାପାଳ ଶ୍ରୀ ଦାସ ବିଶେଷ ଭାବେ ଆଲୋଚନା କରିଥିଲେ। ସେହିପରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟର ଡଙ୍ଗାରେ ପାରି ହୋଇ ଆସୁଥିବା ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ଘାଟରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହିତ ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ ଓ ଆବଶ୍ୟକୀୟ ଅନୁଯାୟୀ ପୁଲିସ ବ୍ୟବସ୍ଥା କରାଯିବ ବୋଲି ଧାମନଗର ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଥିଲେ। ପୂର୍ବପରି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନଦୀରେ ପରିବହନ ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ମନ୍ଦିର ଭିତରେ ଓ ବାହାରେ କଡାସୁରକ୍ଷା ବ୍ୟବସ୍ଥା ସହିତ ଗହଳିପୂର୍ଣ୍ଣ ସ୍ଥାନରେ ଅଧିକ ସଂଖ୍ୟକ ସିସି କ୍ୟାମେରା ଲଗାଯିବା ସହିତ ସାଧା ପୋଷାକଧାରୀ ପୁଲିସ ପଇଁତରା ମାରିବେ। ବିଶେଷକରି ପୀଠର ପରିମଳ, ପାନୀୟଜଳ ଉପରେ ଗୁରୁତ୍ୱାରୋପ କରାଯିବା ସହିତ ଯେପରି ପାନୀୟଜଳ ଅଭାବ ନଦେଖାଦେବ ସେଥିପାଇଁ ଜିଲାପାଳ ଶ୍ରୀ ଦାସ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦେଶ ଦେଇଥିଲେ। ପୀଠର ୨୪ଘଣ୍ଟିଆ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସର୍ବପରି ଶିବଗଙ୍ଗା ପୁଷ୍କରିଣୀ କାର୍ଯ୍ୟ ତୁରନ୍ତ ସାରିବା ସହିତ ନଦୀଜଳ ଭରିବା ପାଇଁ ଡ୍ରେନେଜ ବିଭାଗକୁ ତାଗିଦ କରିଥିଲେ। ଯାତ୍ରାଦିନ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସନ୍ଧ୍ୟାରୁ ଭଜନ ସମାରୋହ କରାଯିବ ହେଲେ ପରିକ୍ଷା ଚାଲିଥିବାରୁ ଡାକବାଜି ଯନ୍ତ୍ର ବନ୍ଦ ରଖିବାକୁ ପୁଲିସକୁ କଡା ନିର୍ଦେଶ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories