www.samajalive.in
Monday, December 15, 2025
24.1 C
Bhubaneswar

୨୩ରେ ସମ୍ବଲପୁରରେ ମହାନଦୀ ବଞ୍ଚାଅ ସମାବେଶ

ସମ୍ବଲପୁର : ଆମ ରାଜ୍ୟ ଓଡିଶାର ମାଁ ନଦୀ ରୁପେ ପରିଗଣିତ ମହାନଦୀ ସମସ୍ୟା ନେଇ ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ଏକ ଐତିହାସିକ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶ ଦଳମତ ସ୍ୱାର୍ଥରୁ ଉଠି ଓଡିଶାର ସାମୂହିକ ସ୍ୱାର୍ଥ ହାସଲ ପାଇଁ ଆୟୋଜନ କରାଯାଇଛି। ୨୩ ତାରିଖରେ ହେବାକୁ ଥିବା ଏହି ଐତିହାସିକ ସମାବେଶର ପରିଣାମ ମଧ୍ୟ ସୁଦୁର ପ୍ରସାରୀ ହେବ ଏବଂ ଏହି ସମାବେଶରେ ୨୦ରୁ ୨୫ ହଜାର ଲୋକଙ୍କ ଜନସମାଗମ ହେବ ବୋଲି ‘ମହାନଦୀ ସୁରକ୍ଷା ସମିତ’ ର ସଂଯୋଜକ ତଥା ଝାରସୁଗୁଡା ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟୀର କାର୍ଯ୍ୟକାରୀ ସଭାପତି ନବ କିଶୋର ଦାଶ ଆଜି ସନ୍ଧ୍ୟାରେ ସ୍ଥାନୀୟ ପାନ୍ଥନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସମାବେଶରେ ସମ୍ବଲପୁର, ବରଗଡ, ଝାରସୁଗୁଡା, ବଲାଙ୍ଗିର, ସୋନପୁର ଓ ସୁନ୍ଦରଗଡ ଜିଲାର ହଜାର ହଜାର ଜନତା ମାଁ ନଦୀ ମହନଦୀ ସୁରକ୍ଷା ପାଇଁ ଯୋଗ ଦେବେ ବୋଲି ସେ କହିଥିଲେ। ଏହି ସମାବେଶରେ କଂଗ୍ରେସ ସମେତ ସିପିଆଇ ରାଜ୍ୟ ସମ୍ପାଦକ ଅଳକିଶୋର ପଟ୍ଟନାୟକ, ଜର୍ନାଦନ ପତି, ସିପିଆଇ ନେତା ଅଶୋକ ବିଶି, ସମେତ ଦଳମତ ନିର୍ବିଶେଷରେ ମହାନଦୀ ଲଢେଇରେ ସାମିଲ ପାଇଁ ସବୁ ଦଳର ରାଜନେତାଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ଦାଶ କହିଥିଲେ। ଏହି ସମାବେଶରେ ମଞ୍ଚରେ କୌଣସି ଦଳର ଚିହ୍ନ କିମ୍ବା ପତାକା ଲାଗିବ ନାହିଁ ବୋଲି ସେ କହିଥିଲେ। ସ୍ଥାନୀୟ ନେଲସନ ମଣ୍ଡେଲା ଛକଠାରେ ମହାନଦୀ ଛକରେ ୨୩ ତାରିଖ ଅପରାହ୍ନ ୩ଟାରୁ ଏହି ସମାବେଶ ଆୟୋଜିତ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ ମହାନଦୀ ସୁରକ୍ଷା ସମିତିର ଆବାହକ ତଥା ବର୍ଷିୟାନ ସମାଜସେବୀ ଭାଗବତ ପ୍ରସାଦ ନନ୍ଦ ସମଗ୍ର ୬ଟି ଜିଲାରେ ଏହି ଆନ୍ଦୋଳନକୁ ଅଭୁତପୁର୍ବ ସମର୍ଥନ ମିଳିଥିବା କହିଥିଲେ। ଏହି ଐତିହାସିକ ସମାବେଶ ପରେ ଆସନ୍ତା ଜୁନ ମାସରେ ସୁରକ୍ଷା ସମିତି ପକ୍ଷରୁ ୫ ରୁ ୩୦ ମଧ୍ୟରେ ୬ଟି ଯାକ ଜିଲା ସଦର ମହକୁମାରେ ମହାନଦୀ ସୁରକ୍ଷା ପ୍ରସଙ୍ଗରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଥିଲେ। ଜୁଲାଇ ପହିଲାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏହି ସମସ୍ୟା କୁ ନେଇ ସମଗ୍ର ୬ ଟି ଜିଲାରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ ବୋଲି କହିଥିଲେ। ତତପରେ ସେପ୍ଟେମ୍ବର ମାସରେ ଆନ୍ଦୋଳନର ଭବିଷ୍ୟତ ରୁପରେଖ ସ୍ଥିର ହେବ ବୋଲି ସେ କହିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories