୪ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପ୍‌ୱାଡା ଜିଲାରେ ଶନିବାର ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଶାହା ନଗରି ଭିଲଗ୍ରାମ ନିକଟସ୍ଥ ଜଙ୍ଗଲରେ କେତେକ ଆତଙ୍କବାଦୀ ଲୁଚିଥିବା ସମ୍ପର୍କରେ ନିରାପତ୍ତାରକ୍ଷୀଙ୍କୁ ନିର୍ଦିଷ୍ଟ ସୂଚନା ମିଳିଥିଲା। ଫଳରେ ସିଆରପିଏଫ୍‌, ରାଷ୍ଟ୍ରୀୟ ରାଇଫଲ୍ସ ଓ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ବାହିନୀ ଉକ୍ତ ଜଙ୍ଗଲକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଯବାନଙ୍କୁ ସମ୍ମୁଖରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିବାପରେ ଯବାନଙ୍କ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ଚାରିଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ନିୟନ୍ତ୍ରଣ ରେଖା ନିକଟରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ ଏହି ଜଙ୍ଗଲରେ ଆଉ କେତେକ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଥିବାରୁ ସେନା ପକ୍ଷରୁ ଅଭିଯାନ ବଳବତ୍ତର ରହିଛି।

Leave A Reply