www.samajalive.in
Tuesday, December 9, 2025
15.1 C
Bhubaneswar

ଖଟାମିଠା ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫୦୦ ଗ୍ରାମ
କଟା ପିଆଜ – ୧ଟି
ଅଦାରସୁଣ ବଟା – ୪ ଚାମଚ
ଟମାଟୋ – ୧ଟି
କାଜୁ ବଟା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଳବଙ୍ଗ – ୨ଟି
ଗୁଜୁରାତି – ୨ଟି
ଡ଼ାଲଚିନି – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଦହି – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଏଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ , ଦହି ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚିଙ୍ଗୁଡ଼ିକୁ ପକାଇ ଭାଜି ଦିଅନ୍ତୁ। ଚିଙ୍ଗୁଡ଼ିକୁ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ କଡ଼େଇରେ ପୁଣି ତେଲ ଗରମ କରି ଲବଙ୍ଗ, ଗୁଜୁରାତି, ଡ଼ାଲଚିନି ଭାଜନ୍ତୁ। ଭାଜିବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦାରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କଷିବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ପକାଇ ପୁଣି କଷିନ୍ତୁ। କିଛି ସମୟ ପରେ କାଜୁ ବଟା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଚାର୍ଟ ମସଲା, ଆମଚୁର ଗୁଣ୍ଡ, ଅଳ୍ପ ଲୁଣ, ସାମାନ୍ୟ ପାଣି, ଭଜା ଚିଙ୍ଗୁଡ଼ି ପକାଇ ଏହାକୁ କଷି ଭଲ ଭାବେ ଫୁଟାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟାମିଠା ଚିଙ୍ଗୁଡ଼ି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories