www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରସ୍ତୁତ କରନ୍ତୁ ସାଗୁ ଦୋସା

ସାଗୁଦାନା- ୨ କପ୍‌‌
ବାଦାମ- ୧କପରୁ କମ୍‌‌
ପନୀର – ୫୦ ଗ୍ରାମ
ଅଦା- ଅଳ୍ପ
କଞ୍ଚାଲଙ୍କା- ୩ ରୁ ୪ଟି
ଧନିଆପତ୍ର- ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ- ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ- ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସାଗୁଦାନାକୁ ଭଲ ଭାବେ ଧୋଇ ୩ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ପନିରକୁ କୋରି ଗୋଲମରିଚ ଗୁଣ୍ଡ, ଲୁଣ ମିଶାଇ ଦିଅନ୍ତୁ। ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ଏଥିରେ ବାଦାମ ଭାଜି ଦିଅନ୍ତୁ। ଏହା ଅଳ୍ପ ଥଣ୍ଡା ହେବା ପରେ ବାଦାମ,ଅଦା,କଞ୍ଚାଲଙ୍କା,ଧନିଆ ପକାଇ ପେଷି ଦିଅନ୍ତୁ। ଆଉ ଏକ ପାତ୍ରରେ ବତୁରାଇଥିବା ସାବୁଦାନା, ଧନିଆପତ୍ର ଓ ପେଷିଥିବା ବାଦାମକୁ ମିଶାଇ ଦିଅନ୍ତୁ। ଏହାକୁ ପେଷି ପିଠା ଆଣ ଭଳି ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ତାୱାରେ ତେଲ ପକାନ୍ତୁ। ଏହାପରେ ପିଠା ଭଳି ଗୋଲ କରି ପ୍ରସ୍ତୁତ କରନ୍ତୁ। ଉଭୟ ପଟକୁ ଓଲଟାଇ ପ୍ରସ୍ତୁତ କରନ୍ତୁ। ଏହା ମଝିରେ ରଖିଥିବା ପନିର ଦେଇ ଉଭୟ ପଟକୁ ସେକି ଦୋସା ପ୍ରସ୍ତୁତ କରନ୍ତୁ। ଏହାକୁ ଚଟଣି ସହ ଖାଆନ୍ତୁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories