www.samajalive.in
Sunday, December 7, 2025
13.1 C
Bhubaneswar

ତିନିଦିନହେଲା ନିଖୋଜ ଯୁବକଙ୍କ ମିଳୁନି ପତ୍ତା

ହରଭଙ୍ଗା : ବୌଦ୍ଧଜିଲ୍ଲା ପୁରୁଣା କଟକ ଥାନା ଅର୍ନ୍ତଗତ ଲୁଣିବାହାଲ ପଞ୍ଚାୟତ କଣ୍ଟିଆପଦର ଗ୍ରାମର ନେପାଳ ପ୍ରଧାନଙ୍କ ପୁଅ ଜଗଦୀଶ ପ୍ରଧାନ(୨୩) ଗତ ୨ତାରିଖରୁ ନିଖୋଜ ଥିବା ଜଣାପଡ଼ିଛି। ତେବେ ତିନିଦିନ ହେଲା ନିଖୋଜ ଯୁବକଙ୍କ ପତ୍ତା ନ ମିଳିବାରୁ ଏ ନେଇ ପରିବାର ପକ୍ଷରୁ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ମତେ ଗତ ୨ତାରିଖ ଦିନ ସକାଳେ ଏକ ସାଇକେଲ ଯୋଗେ ଘରୁ ବାହାରି ଜଗଦୀଶ କେଉଁଆଡେ ଯାଇ ଆଉ ଫେରିନଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ପୁରୁଣା କଟକ ପଞ୍ଚାୟତ ନିକଟସ୍ଥ କମଳପୁର ଗ୍ରାମ ନିକଟରେ ଏକ ଶାଗୁଆନ ଗଛ ତଳେ ଦୁଇଦିନ ହେଲା ଏକ ସାଇକେଲ ଏବଂ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଜଗଦୀଶଙ୍କର ବୋଲି ପରିବାର ଲୋକେ ଜାଣିବାକୁ ପଇଛନ୍ତି। ମାତ୍ର ଜଗଦୀଶଙ୍କ କୌଣସି ଖୋଜ ଖବର ମିଳିନଥିବାରୁ ସେମାନେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଜଗଦୀଶ ବାପା,ମାଆଙ୍କର ଏକମାତ୍ର ପୁଅ ବୋଲି ଜଣାପଡ଼ିଛି। ତାଙ୍କ ଏତଲା ଆଧାରରେ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories