ନିଶ୍ଚୟ ପଢନ୍ତୁ କେମିତି ଭୟଙ୍କର ଥିଲା ସେ ସବୁ ଦିନ, ଆଣ୍ଡିଜ୍‌ ବିମାନଦୁର୍ଘଟଣା- ବଞ୍ଚିବା ପାଇଁ ସାଥୀଙ୍କ ମାଂସ ଖାଇଥିଲେ ଜୀବିତ ଥିବ ଯାତ୍ରୀ

ନୂଆଦିଲ୍ଲୀ – ଜୀବନ ବଞ୍ଚାଇବା ଥିଲା କଷ୍ଟକର । ପ୍ରତିକୂଳ ପରିବେଶରେ ବଞ୍ଚିବା ପାଇଁ ଥିଲା । ଦୁର୍ବିସହ ହୋଇପଡୁଥିଲା ପ୍ରତିଦିନ । ନିଜର ଜୀବନ ବଞ୍ଚାଇବା ପାଇଁ ଆଣ୍ଡିଜ୍‌ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଯାତ୍ରୀମାନେ ଏପରି କରିଥିଲେ ।

୧୯୭୨ ମସିହାର ସେହି ଘଟଣା ଏବେ ବି ଅନେକକଙ୍କ ଲୋମ ଟାଙ୍କୁରି ଦିଏ । ସେମାନେ ନରଭକ୍ଷୀ ରାକ୍ଷସ ନଥିଲେ । ମଣିଷ ଥିଲେ , ହେଲେ ଜୀବନ ବଞ୍ଚାଇବା ପାଇଁ ଜୀବନ ବିକଳରେ ଏପରି କରିଥିଲେ । ୧୯୭୨ ମସିହା ଅକ୍ଟୋବର ମାସ । ଆଣ୍ଡିଜ୍‌ ପର୍ବତଶ୍ରେଣୀରେ ପ୍ରବଳ ଥଣ୍ଡା ପଡିଥାଏ । ପର୍ବତ ଉପରେ ଧଳାଚାଦର ପରି ବରଫ ଘୋଡାଇ ହୋଇ ରହିଥାଏ । ତୁଳା ପରି ବରଫ ପାତ ହେଉଥାଏ । ଏତିକି ବେଳେ ଉରୁଗୁଏର ଏକ ବିମାନ ଏହାର ଅନ୍ତର୍ଜାତୀୟ ରଗବୀ ଖେଳାଳୀମାନଙ୍କୁ ନେଇ ଆଣ୍ଡିଜ୍‌ ଉପରେ ଦେଇଯାଉଥାଏ । ଖେଳାଳୀମାନେ ବିମାନର ଝରକା ଦେଇ ବରଫାବୃତ୍ତ ଧଳା ଆଣ୍ଡିଜ୍‌କୁ ଦେଖୁଥାଆନ୍ତି । ଉଗୁଗୁଏ ଏୟାରଫୋର୍ସର ୫୭୧ ସଂଖ୍ୟା ବିଶିଷ୍ଟ ବିମାନଟି ୪୫ ଜଣ ଯାତ୍ରୀ , ଚାଳକ ଦଳର ୫ଜଣ ଙ୍କୁ ନେଇ ଆକାଶ ଚିରି ଆଗକୁ ବଢୁଥାଏ ।

ପ୍ରବଳ ତୁଷାର ପାତ ଏବଂ ଖରାପ ପାଣିପାଗ ଯୋଗୁଁ ପାଇଲଟଙ୍କୁ ଆଗକୁ କିଛି ଦେଖାଯାଇ ନଥିଲା । ବିମାନର ଯୋଗଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ଚିଲିଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ବିମାନର ବେଗ ୩୫୦ କିଲୋମିଟର ପ୍ରତି ଘଣ୍ଟା ଥିଲା । ବିମାନଟି ଆଣ୍ଡିଜ ପର୍ବତର ତୁଷାର ଗଦା ଉପରେ ପଡି ତଳଖୁ ଖସିବାକୁ ଲାଗିଥିଲା । ସେଠାରେ ତୁରନ୍ତ ୯ ଜଣ ଯାତ୍ରୀ ଏବଂ ଚାଳକ ଦଳର ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ତୁଷାରପାତ ଯୋଗୁଁ ଦୁର୍ଘଟଣା ଘଟିଥିଲେ ମଧ୍ୟ ଏଥିରେ ନିଆଁ ଲାଗି ନଥିଲା ।

prayash

୧୨ ଜଣ ଲୋକଙ୍କର ଦୁର୍ଘଟଣା ସମୟରେ ହିଁ ମୃତ୍ୟୁ ହୋଇଥିଲା । ୩୮ ଜଣ ଏବେ ବି ଜୀବିତ ଥିଲେ । ପ୍ରବଳ ଥଣ୍ଡା ଖରାପ ପାଗ ଯୋଗୁଁ ଅନ୍ୟ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ପାଖା ପାଖି କୌଣସି ସାଧନ ନଥିଲା । ବିମାନ ଚିଲି ନପହଞ୍ଚିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉରୁଗୁଏ ସରକାର ସନ୍ଦେହ କରିଥିଲେ । ସେହି ୧୯୭୨ ମସିହାରେ ସେମିତି କିଛି ଉନ୍ନତ ସାଧନ ନଥିଲା । ତଥାପି ବିମାନର ତଲାସୀ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଉଦ୍ଧାରକାରୀ ଦଳଙ୍କୁ ବରଫରେ କିଛି ଦେଖାଯାଇ ନଥିଲା ।

ଜୀବିତ ଥିବା ଯାତ୍ରୀଙ୍କ ନିକଟରେ କୌଣସି ଖାଦ୍ୟ ନଥିଲା । ପ୍ରବଳ ତୁଷାରପାତ । ଯୁଆଡେ ଚାହିଁଲେ ବରଫରେ ଢାଙ୍କି ହୋଇଥିବା ପର୍ବତ । ଶୀତ ଯେମିତି ରକ୍ତକୁ ବି ବରଫ କରିଦେବ । ଖାଇବା ବଞ୍ଚିବା ପାଇଁ କିଛି ବି ସାଧନ ନଥିଲା । ହେଲେ ଏଥିରେ ବି ବଞ୍ଚିବା ପାଇଁ କିଛି ଜୀବିତ ଯାତ୍ରୀ ମନକୁ ଶକ୍ତ କରିଥିଲେ ।  ବରଫକୁ ଚାଟି ଶୋଷ ମେଣ୍ଟାଉଥିଲେ । ପରେ ଜୀବିତ ଯାତ୍ରୀମାନେ ଭୋକ ବିକଳରେ ମରିଯାଇଥିବା ନିଜ ସହଯାତ୍ରୀମାନଙ୍କୁ ଖାଇବା ଆରମ୍ଭ କରିଥିଲେ,   ପ୍ରଥମେ ପ୍ରଥମେ ଭାରି ଘୃଣା ଲାଗିଥିଲା । ହେଲେ ଜୀବନ ବିକଳରେ କିଛିବି ପେଟକୁ ଗଲେ ବଞ୍ଚିଯିବେ ଭାବି ମୃତଯାତ୍ରୀଙ୍କ ଶବକୁ ପ୍ରଥମେ ଭାରି କଷ୍ଟରେ ଏମାନେ ଖାଇବା ଆରମ୍ଭ କରିଥିଲେ  । ୬୦ ଦିନ ପରେ ପାଣିପାଗ ଟିକେ ବଦଳିଥିଲା । ଜୀବିତ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ନନ୍ଦୋ ପାରାଡୋ ଏବଂ ରବର୍ଟ କୈନସା, ୧୦ ଦିନ କାଳ ବରଫ ଏବଂ ପାହାଡ ଉପରେ କଠିନ ଯାତ୍ରା କରିଥିଲେ । ଅନେକ ବାଧା ବିଘ୍ନକୁ ସାମ୍ନା କରି ବହୁ କଷ୍ଟରେ ଚିଲିରେ ପହଞ୍ଚିଥିଲେ । ସେମାନେ ଦୁର୍ଘଟଣାଗ୍ରସ୍ତ ବିମାନର ଠିକଣା ଉଦ୍ଧାରକାରୀ ଦଳଙ୍କୁ ଦେଇଥିଲେ । ୨୩ ଡିସେମ୍ବର ୧୯୭୨ ମସିହାରେ ଉଦ୍ଧାରକାରୀ ଦଳ ୧୬ ଯାତ୍ରୀଙ୍କୁ ସେଠାରୁ ଜୀବିତ ଉଦ୍ଧାର କରିଥିଲେ ।  ସେହି ସମୟରେ ଉଦ୍ଧାରକାରୀ ଦଳ ବିମାନର ଭଗ୍ନାଂଶ ସହ ଜୀବିନ ଜିଁଇବାର ଭୟଙ୍କର ଚିତ୍ରକୁ ଦେଖିଥିଲେ ।

୬୦ ଦିନର ସେହି ଭୟଙ୍କର ସମୟ ବଞ୍ଚିଯାଇଥିବା ଯାତ୍ରୀଙ୍କୁ ସାରା ଜୀବନ ଭୟଙ୍କର ସ୍ୱପ୍ନ ପରି ଗୋଡାଇଥିଲା । ଏହା ଉପରେ ଚଳଚ୍ଚିତ୍ର ବି ନିର୍ମାଣ ହୋଇଛି ।

Comments are closed.