ଇ-ସ୍କୁଟର ଆଣିବ ୟାମାହା, ଏମିତି ରଖିଛି ଯୋଜନା

ନୂଆଦିଲ୍ଲୀ : ଭାରତୀୟ ଗ୍ରାହକଙ୍କ ମଧ୍ୟରେ କିଛି ବର୍ଷ ହେବ ଇ-ସ୍କୁଟରର ଚାହିଦା ବଢିବାରେ ଲାଗିଛି । ଏହି କ୍ଷେତ୍ରରେ ଓଲା ସ୍କୁଟରକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ବଢୁଥିବା ଦେଖି ଜାପାନୀ କମ୍ପାନୀ ୟାମାହା ମୋଟର ଭାରତୀୟ ବଜାରରେ ଏକ ୟୁନିକ୍ ଇଲେକ୍ଟ୍ରିକ୍ ସ୍କୁଟର ଆଣିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଗତ ବର୍ଷେ ଧରି ଏହି ଗାଡି ଉପରେ କାମ କରୁଛି । ସୂଚନା ଅନୁସାରେ କମ୍ପାନୀ ଏହି ଇ-ସ୍କୁଟରର ପ୍ରଦର୍ଶନ ଉତ୍ତମ କରିବା ସହିତ, ଦମଦାର ସ୍ପିଡ୍ ଏବଂ ଷ୍ଟାଇଲ ଉପରେ ମଧ୍ୟ କାମ କରୁଛି । ଗତ ବର୍ଷ ୟାମାହା ମୋଟର ଇଭି ଷ୍ଟାର୍ଟଅପ୍, ରିଭର ମୋବିଲିଟିରେ ୩୩୨ କୋଟି ଟଙ୍କା ନିବେଶ କରିଥିଲା ।

ଅନେକ ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନୀ ବଜାରରେ ଇଭି ପ୍ରଯୁକ୍ତିବିଦ୍ୟାକୁ ବୁଝିବା ପାଇଁ କାମ କରୁଛନ୍ତି । ଏହା ବ୍ୟତୀତ ଇ-ସ୍କୁଟରକୁ ଖାସ୍ କରି ଯୁବପିଢିଙ୍କ ପାଇଁ ପ୍ରସ୍ତୁତ କରିବା ଉପରେ ସମସ୍ତେ ଆଲୋଚନା କରୁଛନ୍ତି । ୟାମାହା ବର୍ତ୍ତମାନ ଆଇସିଇ ଇଞ୍ଜିନ ବିଶିଷ୍ଟ ମୋଟରସାଇକେଲ ଓ ସ୍କୁଟରର ବଜାର ପ୍ରବେଶ ଜାରି ରଖିବ । ଏହି କ୍ଷେତ୍ରରେ ଭାଗିଦାରୀ ୟାମାହାର ସମୁଦାୟ ବିକ୍ରି ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରହିବ । ତଥ୍ୟ ଅନୁସାରେ ୟାମାହା ୨୦୩୦ ସୁଦ୍ଧା ଗୋଟିଏ ବା ୨ଟି ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ । ଏହା ସହିତ ଭାରତରେ ନିଜ ଡିଲରସିପ୍ ନେଟଓ୍ବର୍କକୁ ବିସ୍ତାର କରିବା ପାଇଁ ମଧ୍ୟ ୟାମାହା ଲକ୍ଷ୍ୟ ରଖିଛି ।

ପେଟିଏମର ଏହି ବ୍ୟବସାୟକୁ କିଣିବାକୁ ଚାହୁଁଛି ଜୋମାଟୋ, ମିଳିପାରେ ୧୫୦୦ କୋଟି

Comments are closed.