Patra electronics

ୟାହୁ ମେସେଞ୍ଜର: ୨୦ ବର୍ଷର ଆଧିପତ୍ୟରେ ଯବନିକା

0

ନୂଆଦିଲ୍ଲୀ: ବନ୍ଦ ହେବାକୁ ଯାଉଛି ୟାହୁ ମେସେଞ୍ଜର। ଅନ୍‍ ଲାଇନରେ ମେସେଞ୍ଜିଂ ସର୍ଭିସରେ ନିଜକୁ”ଗଡ୍‌ ଫାଦର’ ଭାବେ ପ୍ରମାଣିତ କରିଥିବା ୟାହୁ ମେସେଞ୍ଜର ଜୁଲାଇ ୧୭ରେ ବନ୍ଦ ହେବାକୁ ଯାଉଛି। ଜୁଲାଇ ୧୭ ପରେ ୟାହୁ ମେସେଞ୍ଜର ଉପଭୋକ୍ତା ଆଉ ଏହାର ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ୬ମାସ ପୂର୍ବେ ୟାହୁ ତା’ର ଉପଭୋକ୍ତାଙ୍କୁ ସୂଚନା ଦେଇଛି। ମୂଲ୍ୟବାନ ଚାଟକୁ ଅନ୍ୟତ୍ର ସେଭ କରିନେବାକୁ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି।
୧୯୯୮ରେ ୟାହୁ ମେସେଞ୍ଜର ଯେଉଁ ସମୟରେ ଅନଲାଇନ ପ୍ରକ୍ରିୟାରେ ସାମିଲ ହୋଇଥିଲା ସେ ସମୟର ଉପଭୋକ୍ତାଙ୍କୁ ଦୃଷ୍ଟିରେ ରଖି ଏହା ବିକଶିତ ହୋଇଥିଲା। କାଳକ୍ରମେ ୟାହୁ ବାରମ୍ବାର ତା’ର କଳେବରରେ ପରିବର୍ତ୍ତନ ମଧ୍ୟ ଆଣିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଏକ ମେସେଜିଂ ସର୍ଭିସ ଭାବରେ ୟାହୁର ଜନ୍ମ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଥିରେ “ଇମୋଜି’ ବ୍ୟବସ୍ଥା ୟାହୁ ମେସେଞ୍ଜରର ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଥିଲା। ଡେସ୍କଟପରୁ ଲ୍ୟାପଟପ୍‍, ଲ୍ୟାପଟପରୁ ପାମଟପ୍‍, ପାମଟପରୁ ମୋବାଇଲ ଓ ଶେଷରେ ଏଣ୍ଡ୍ରୋଏଡ ଫୋନର ଯାତ୍ରା ଅତିକ୍ରମ କରି ବେଶ୍‍ ଦୀର୍ଘ ପଥ ଅତିକ୍ରମ କରିବାରେ ୟାହୁ ସଫଳ ହୋଇଥିଲା। ତେବେ ଏଣ୍ଡ୍ରୋଏଡ଼ ଯୁଗରେ ୟାହୁ ମେସେଞ୍ଜରକୁ ଅନେକ କଡ଼ା ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ୟାହୁକୁ ଟକ୍କର ଦେବାକୁ ବଜାରରେ ଫେସବୁକ୍‍ ଓ ହ୍ୱାଟ୍‍ସଆପ ପରି ମେସେଜିଂ ସର୍ଭିସ ଆସିଯାଇ ଥିଲା। ବାଧ୍ୟ ହୋଇ ଫେସବୁକ୍‍ ସହ ମେଣ୍ଟ କରି ୟାହୁ ଆଇଡିରୁ ଉପଭୋକ୍ତା ଫେସବୁକ୍‍ ଲଗଇନ୍‍ କରି ଚାଟ କରୁଥିଲେ ମଧ୍ୟ ୟାହୁ ମେସେଞ୍ଜରକୁ ଅଣଦେଖା କରିଦେଲେ। ହ୍ୱାଟ୍ସଆପ୍‍ ଓ ଫେସବୁକ୍‍ ପରି ଆପ୍‍ ଆଗରେ କ୍ରମଶଃ ଅବହେଳିତ ହୋଇ ପଡ଼ିଥିଲା ୟାହୁ ମେସେଞ୍ଜର।

Leave A Reply