www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ୱର ସବୁଠୁ ବଡ଼ ବାର୍‌; ଗୋଟିଏ ବୋତଲ ହ୍ୱିସ୍କି ଦାମ ୨୧ ଲକ୍ଷ

ସ୍ୱିଜରଲାଣ୍ଡରେ ରହିଛି ବିଶ୍ୱର ସବୁଠୁ ବଡ଼ ମଦ ବାର୍‌। ସେଣ୍ଟ୍‌ ମଷ୍ଟିଜ୍‌ ସହରରେ ଥିବା ଏହି ହ୍ୱିସ୍କି ବାର ନାଁ ଡେବଲ୍ସ ପ୍ଲେସ୍‌। ୨୨ ବର୍ଷ ପୁରୁଣା ଏହି ମଦ ବାର୍‌ରେ ପ୍ରାୟ ୨୫୦୦ରୁ ଅଧିକ ପ୍ରକାରର ହ୍ୱିସ୍କି ଉପଲବ୍ଧ। ଏଠାରେ ବହୁ ପୁରୁଣା ହ୍ୱିସ୍କି ବୋତଲ ରହିଛି, ଯାହାର ଦାମ ପ୍ରାୟ ୨୧ ଲକ୍ଷ ଟଙ୍କା। ତେବେ ଭାରତ ସହ ଏହି ସ୍ଥାନର କିଛି ଖାସ୍‌ ସମ୍ପର୍କ ରହିଛି।
୮୦ ଦଶକରେ କ୍ଲାଉଡିୟୋ ବେର୍ନାସ୍କୋନି ନାମକ ଜଣେ ବ୍ୟକ୍ତି ଏହି ବାର୍‌ ଆରମ୍ଭ କରିଥିଲେ। ତେବେ କ୍ଲାଉଡିୟୋ କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ସେହି ସମୟରେ ସ୍ୱିଜରଲାଣ୍ଡର କେତେକ ବ୍ୟାଙ୍କରେ ଋଣ ଆବେଦନ କରି ନିରାଶ ହୋଇଥିଲେ। ତେଣୁ ସେ ଭାରତ ଆସି ମୁମ୍ବଇରେ ରହଣି କରିବାବେଳେ ଦୂଷିତ ପାଣି ପିଇ ପେଟରୋଗରେ ପଡ଼ିଥିଲେ। ଏ ନେଇ ସେ ଯେତେବେଳେ ନିଜ ଭାରତୀୟ ବନ୍ଧୁଙ୍କୁ ଉପଚାର ବାବଦରେ ପଚାରିଲେ, ବନ୍ଧୁଜଣକ ତାଙ୍କୁ ପ୍ରତିଦିନ ସକାଳେ ହ୍ୱିସ୍କିରେ ଦାନ୍ତ ଘଷିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ରୋଗ ସଂକ୍ରମଣ ହ୍ରାସ ପାଇବ ବୋଲି କ୍ଲାଉଡିୟୋଙ୍କୁ ତାଙ୍କ ବନ୍ଧୁ କହିଥିଲେ। ଏହି କଥାକୁ କ୍ଲାୟଡିୟୋ ବେଶ୍‌ ଗମ୍ଭୀରତାର ସହ ନେଇ ନିତି ସକାଳେ ହ୍ୱିସ୍କିରେ ଦାନ୍ତ ଘଷିଥିଲେ। ଧିରେ ଧିରେ ଭାରତର ହ୍ୱିସ୍କି କ୍ଲାୟଡିୟୋଙ୍କୁ ଭଲ ଲାଗିଥିଲା ଏବଂ ଭବିଷ୍ୟତରେ ହ୍ୱିସ୍କି ବାର୍‌ ଖୋଲିବାକୁ ସେ ମନସ୍ଥ କରିଥିଲେ। ପରିଶେଷରେ ସଫଳ ମଧ୍ୟ ହୋଇଥିଲେ। ବିଶେଷକରି ବିଭିନ୍ନ ଦେଶର ହ୍ୱିସ୍କି ଆଣି ସେ ନିଜ ବାର୍‌ରେ ଏକାଠି କରିଥିଲେ। ଏବେ କ୍ଲାୟଡିୟୋଙ୍କ ପୁଅ ସେଣ୍ଡ୍ରୋ ହ୍ୱିସ୍କି ବାର ଚଳାଉଛନ୍ତି। ଏହି ହ୍ୱିସ୍କି ବାର୍‌ରେ ୧୯୪୦ ମସିହାର ହ୍ୱିସ୍କି ମଧ୍ୟ ମିଳୁଛି। ହ୍ୱିସ୍କି, ସ୍କଚ୍‌ ସଂଗ୍ରହ କ୍ଷେତ୍ରରେ ଏହି ବାର୍‌ ଗିନିଜ ୱାର୍ଲ୍ଡ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories