www.samajalive.in
Monday, December 15, 2025
15.1 C
Bhubaneswar

ରାମେଶ୍ୱରମରେ ଶ୍ରୀଦେବୀଙ୍କର ଅସ୍ଥି ବିସର୍ଜନ କଲେ ସ୍ୱାମୀ ବୋନି କାପୁର

ଚେନ୍ନାଇ: ରାମେଶ୍ୱରମରେ  ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅସ୍ଥି ବିସର୍ଜନ କରାଯାଇଛି । ରାମେଶ୍ୱରମ୍‌ରେ ଥିବା ଭାରତ ମହାସାଗରରେ ଶ୍ରୀଦେବୀଙ୍କର ଅସ୍ଥିକୁ ସ୍ୱାମୀ ବୋନି କାପୁର ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସୀଙ୍କ ସହ ଯାଇ ବିସର୍ଜନ କରିଛନ୍ତି । ଅସ୍ଥି ବିସର୍ଜନର ଫଟୋକୁ ସୋସିଆଲ ମିଡିଆରେ ଝିଅ ଜାହ୍ନବୀ ସେୟାର କରିଛନ୍ତି ।

ଫେବ୍ରୁଆରୀ ୨୪ ତାରିଖରେ ହୋଟେଲର ବାଥ ଟବ୍‌ରେ ବୁଡି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା । ଫେବ୍ରୁଆରୀ ୨୮ ତାରିଖରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଦୁର୍ଘଟଣା ଯୋଗୁଁ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଦୁବାଇ ପୁଲିସ ସୂଚନା ଦେଇଥିଲା । ଏହାପରେ ପରିବାର ଲୋକଙ୍କୁ ଶ୍ରୀଦେବୀଙ୍କର ପାର୍ଥୀବ ଶରୀର ନେବାପାଇଁ ପୁଲିସ ଅନୁମତି ଦେଇଥିଲା । ରାଷ୍ଟ୍ରୀୟ ସମ୍ମାନରସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories