ନୂଆଦିଲ୍ଲୀ: ଆଜି ବିଶ୍ବ ଶାକାହାରୀ ଦିବସ । ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ବ ଶାକାହାରୀ ଦିବସ ପାଳନ କରାଯାଏ। ଶାକାହାରୀ ଖାଦ୍ୟର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ୧୯୭୭ରେ ନର୍ଥ ଆମେରିକାନ ଭେଜିଟେରିୟାନ ସୋସାଇଟି ତରଫରୁ ପ୍ରଥମଥର ପାଇଁ ଏହାକୁ ପାଳନ କରାଯାଇଥିଲା। ସେବେ ଠାରୁ ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ବ ଶାକାହାରୀ ଦିବସ ପାଳନ ହେଉଛି। ଶାକାହାରୀ ଖାଦ୍ୟର ମନୁଷ୍ୟ ଶରୀର ଉପରେ ବେଶ୍ ସୁପ୍ରଭାବ ରହିଥିବା ବେଳେ ଆମିଷ ଖାଦ୍ୟ ପାଇଁ ପଶୁହତ୍ୟା ଅନୁଚିତ ବୋଲି ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ବିଶ୍ବ ଶାକାହାରୀ ଦିବସ ପାଳନ ଅବସରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସେହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି କାହିଁକି ଶାକାହାରୀ ହେବା ଉଚିତ୍ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥାଏ।
Popular Categories



