ଶ୍ୱେତପଦ୍ମାଙ୍କ ମଣ୍ଡଳ ଚିତ୍ରକଳାରେ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’
କେନ୍ଦୁଝରଗଡ: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ କେନ୍ଦୁଝର ସହର ବ୍ରାହ୍ମଣୀଗାଁର ଝିଅ ଶ୍ୱେତପଦ୍ମାଙ୍କ ଦ୍ୱାରା ମଣ୍ଡଳ ଚିତ୍ରକଳାରେ ନିର୍ମିିତ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାସହ ଚର୍ଚ୍ଚାର ବିଷୟ ହୋଇଛି। ପିଲାଟୁ ଦିନରୁ ଚିତ୍ରକଳା ପ୍ରତି ଆଗ୍ରହ ରଖିଥିବା ଶ୍ୱେତପଦ୍ମା ବିଜ୍ଞାନରେ ସ୍ନାତ୍ତକ ଶିକ୍ଷା ଲାଭ ପରେ ଇତିହାସରେ ସ୍ନାତ୍ତକୋତ୍ତର ଓ ବିଇଡି ଶିକ୍ଷା ଲାଭ ପରେ ଶ୍ୱେତପଦ୍ମା ସ୍ନାୟୁ ରୋଗରେ ପୀଡିତ ହୋଇ ସ୍ୱଳ୍ପ ଦୃଷ୍ଟଶକ୍ତିବାଧିତ ହେବାପରେ ଘରେ ରହି ମଣ୍ଡଳ ଚିତ୍ରକଳା ପ୍ରତି ନିଜର ଆଗ୍ରହ ପ୍ରକଟ କରିଥିଲେ।
ପବିତ୍ର ରଥଯାତ୍ରା ଉପଲକ୍ଷେ ତାଙ୍କ ଦ୍ୱାରା ମଣ୍ଡଳ ଚିତ୍ରକଳାରେ ସ୍ଥାନ ପାଇଥିବା ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ପ୍ରସ୍ତୁତ କରିବାରେ ତାଙ୍କୁ ୩୦ଘଣ୍ଟା ସମୟ ଲାଗିଥିବା ସେ କହନ୍ତି। ଏଥିପାଇଁ ସେ ଥିକ୍ ଆର୍ଟ ପେପର, ଆର୍ଟ ପେନ ଓ ଆକ୍ରାଲିକ୍ ରଙ୍ଗ ବ୍ୟବହାର କରିଥିବା କହନ୍ତି। ଏହାପୂର୍ବରୁ ଶ୍ୱେତପଦ୍ମାଙ୍କ ବହୁ ମଣ୍ଡଳ ଚିତ୍ରକଳା ବିଭିନ୍ନ ସମୟରେ ଆଦୃତ ଲାଭ କରିଥିବା ବେଳେ ନିକଟରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଚିତ୍ରକୁ ମଣ୍ଡଳ ଚିତ୍ରକାଳରେ ଆଙ୍କି ରାଜଭବନରେ ଭେଟି ଉପହାର ମଧ୍ୟ ଦେଇଥିଲେ। ଉଚ୍ଚଶିକ୍ଷା ଲାଭ ସତ୍ତ୍ବେ ଶାରିରୀକ ଅସୁସ୍ଥତା କାରଣରୁ ସେ ଚାକିରିରେ ଯୋଗ ଦେଇ ପାରୁନଥିଲେ ହେଁ ଦୃଢ଼ ମନୋବଳ ଓ ଇଶ୍ୱରଙ୍କ ବିଶ୍ୱାସକୁ ପାଥେୟ କରି ନିଜର ସାଧନା ଜାରି ରଖିଥିବା କହିଛନ୍ତି।
Comments are closed.