ମଣିଷ ଶରୀରକୁ ଶକ୍ତି ଯୋଗାଏ ହୃତପିଣ୍ଡ

ଯୁବରେଡକ୍ରସ ତରଫରୁ ହୃଦୟ ଦିବସ ପାଳିତ

ହରଭଙ୍ଗା: ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଯୁବରେଡକ୍ରସ ଆନୁକୁଲ୍ୟରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଅ. ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗ ଅଧ୍ୟାପକ ଲଳିତ କୁମାର ମେହେର, ପ୍ରମୋଦ ମହାପାତ୍ର, ରଞିତ ସାମଲ,ପିତବାସ ମେହେର, ଅଧ୍ୟାପିକା ସୁଷମା ରାଣୀ ବହିଦାର,ଡଲି ବେହେରା,ଶୁଭ୍ର ମଲ୍ଲିକା ପ୍ରଧାନ ଯୋଗ ଦାନ କରିଥିଲେ।ଶାରୀରିକ ପରିଶ୍ରମ ସୁସ୍ଥ ଖାଦ୍ୟ ଇତ୍ୟାଦି ଦ୍ୱାରା ହ୍ୃତପିଣ୍ଡକୁ ସୁରକ୍ଷିତ ରଖିବା ସହିତ ହ୍ୃଦରୋଗକୁ କିଭଳି ଦୂର କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା।

prayash

ହୃତପିଣ୍ଡ ମଣିଷ ଶରୀରକୁ ଶକ୍ତି ଯୋଗାଏ ଏବଂ ଅଧିକ ଚିନ୍ତା ଏବଂ ଉଦବେଗ ହ୍ୃଦଘାତକୁ ଡାକିଆଣେ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ।ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଅଧ୍ୟାପକ ଶୁରେଶ୍ୱର ଯୋଶୀ ହ୍୍ୃଦଘାତର ପ୍ରାଥମିକ ଚିକିତ୍ସା ଏବଂ ହ୍ୃତପିଣ୍ଡର ପୁନଃ ପ୍ରଚଳନ ବିଷୟରେ ଉଦାହରଣ ସହ ଛାତ୍ର ଛାତ୍ରୀ ଏବଂ କଲେଜ କର୍ମଚାରୀଙ୍କୁ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୨୫୦ ଜଣ ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

 

Comments are closed.