www.samajalive.in
Monday, December 8, 2025
16.1 C
Bhubaneswar

ବ୍ରଜରାଜନଗର ରେଞ୍ଜ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ

ବ୍ରଜରାଜନଗର: ଝାରସୁଗୁଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବ୍ରଜରାଜନଗର ବନାଞ୍ଚଳ ତରଫରୁ ରବିବାର ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରାଲି ରେଞ୍ଜ ଅଫିସରୁ ବାହାରି ଗାନ୍ଧିଛକ ଅଞ୍ଚଳ ପରିକ୍ରମା କରି ଜନସାଧରଣଙ୍କୁ ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା। ବିଶ୍ୱ ବନ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏମସିଏଲ ଇବ ଭ୍ୟାଲି ମହାପ୍ରବନ୍ଧକ ଅନବର ହୁସେନ, ସମ୍ମାନିତ ଅତିଥି ଭାବେ ଲଖନପୁର କୋଇଲା ଖଣି କ୍ଷେତ୍ରର ପରିବେଶ ଅଧିକାରୀ ଚିଲମବର୍ଷନ, ସାମ୍ବାଦିକ ଉପନ ଚରଣ ସାହୁ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମର ଅଧ୍ୟକ୍ଷତା ବ୍ରଜରାଜନଗର ରେଞ୍ଜର ଆରତୀ ନେଗି କରିଥିଲେ। ରାସ୍ତା ଘାଟର ନିର୍ମାଣ ଓ ପ୍ରଶସ୍ତିକରଣ, ବାସସ୍ଥଳୀ ତଥା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ଶିଳ୍ପାନୁଷ୍ଠାନ ଆଦିର ବିକାଶିକରଣ ଯୋଗୁଁ ଜଙ୍ଗଲ ଧ୍ୱଂସ ଓ ଗଛ କଟା ଯାଉଥିବାର କାରଣରୁ ସାରା ବିଶ୍ୱରେ ଭୂମଣ୍ଡଲୀୟ ଉତ୍ତାପରେ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରି ସମସ୍ୟା ଦେଖା ଦେବାରେ ଲାଗିଛି। ତେଣୁ ଏହାର କ୍ଷତିପୂରଣ ଓ ସମାଧାନ ଦିଗରେ ବୃକ୍ଷ ରୋପଣ ସହିତ ଏହାର ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ।

- Advertisement -

ଆଜିର କାର୍ଯ୍ୟକ୍ରମରେ ରାଜପୁର ଫରେଷ୍ଟର ଆମିର ପଟେଲ, ମେଗା ନର୍ସରୀ ଫରେଷ୍ଟର ଆଲୋକ ନାୟକ, ବ୍ରଜରାଜନଗର ଫରେଷ୍ଟର ଗୋୖରାଙ୍ଗ ସାହୁ, ବନ୍ଧବାହାଲ ଫରେଷ୍ଟର ସଞ୍ଜିତ ଚୌଧୁରୀ, ବନ କର୍ମଚାରୀ ତିଲୋତ୍ତମା ମରେଇ, ସୋନମ ପଟେଲ, କିଶୋର କୁମାର ଷଣ୍ଢ, ସୁଶୀଲ ବେହେରା, ଉପେନ୍ଦ୍ର ବେସନ, ଶାନ୍ତନୁ ପ୍ରଧାନ, ରାଜ କିଶୋର ପାଣିଗ୍ରାହୀ, ଶିବ ଶଙ୍କର ମୁଣ୍ଡା, ରିମା ପଟେଲ ସମେତ ବହୁ ବନ ସୁରକ୍ଷା ସମିତିର ସଭାପତି ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories