www.samajalive.in
Sunday, December 7, 2025
26.1 C
Bhubaneswar

ଧୈର୍ଯ୍ୟ, ଆଦର୍ଶ, ପ୍ରେମ, ପ୍ରେରଣା, ଅନୁଶାସନର ଅନ୍ୟ ନାମ ‘ପିତା’

ପ୍ରତ୍ୟେକଙ୍କ ପାଇଁ ତାଙ୍କ ପିତା ହେଉଛନ୍ତି ଆଦର୍ଶ। ପିତାଙ୍କ ମଧ୍ୟରେ ସେ ସମସ୍ତ ଯୋଗ୍ୟତା ଓ ଉତମ ଗୁଣ ରହିଛି ଯେଉଁ କାରଣରୁ ସେ ମହାନ। ବନ୍ଧୁଟିଏ ଯେପରି ସୁଖଦୁଃଖରେ ସାଥି ହୋଇ ସର୍ବଦା ରହିଥାଏ ,ବହୁ ସମୟରେ ପିତା ମଧ୍ୟ ନିଜ ସନ୍ତାନଙ୍କ ସହ ବନ୍ଧୁଙ୍କ ଭଳି ଭଲମନ୍ଦ ମଧ୍ୟରେ ଅନ୍ତର ଦର୍ଶାଇଥାଆନ୍ତି। ସର୍ବଦା ପିତା ନିଜ ସନ୍ତାନଙ୍କୁ ହାର ନ ମାନି ଆଗକୁ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥାଆନ୍ତି। ସେ ଏକ ଉତମ ମାର୍ଗଦର୍ଶକ ଅଟନ୍ତି। ପ୍ରତ୍ୟେକ ପିଲା ନିଜ ନିଜ ବାପାଙ୍କ ଠାରୁ ସମସ୍ତ ଭଲ ଗୁଣ ଶିକ୍ଷା କରିଥାଏ, ଯାହା ତା’କୁ ଜୀବନ ସାରା ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ ଶିଖାଇଥାଏ। ପିତାଙ୍କ ନିକଟରେ ସର୍ବଦା ଆମକୁ ଦେବାକୁ ଜ୍ଞାନର ଅମୂଲ୍ୟ ଭଣ୍ଡାର ରହିଥାଏ, ଯାହା କେବେ ଶେଷ ହୋଇନଥାଏ। ଜାଣନ୍ତୁ ପିତାଙ୍କର ସେହି ପ୍ରମୁଖ ବିଶେଷତ୍ୱ ଗୁଣ ଯାହା ତାଙ୍କୁ ଦୁନିଆରେ ଅନ୍ୟ ସଭିଙ୍କ ଠାରୁ ସ୍ୱତନ୍ତ୍ର କରିଥାଏ…………
ଧୈର୍ଯ୍ୟ – ପିତା ସର୍ବଦା ଧୈର୍ଯ୍ୟର ସହ କାର୍ଯ୍ୟ କରିଥାଆନ୍ତି। ଏହା ତାଙ୍କର ଏକ ମହତ୍ୱପୂର୍ଣ୍ଣ ଗୁଣ। ସେ ଦୁଃଖ ସମୟରେ ମଧ୍ୟ ଧୈର୍ଯ୍ୟ ହରା ହୋଇନଥାଆନ୍ତି। ପ୍ରତ୍ୟେକ ସମୟରେ ଶାନ୍ତିର ସହ ବୁଝିବିଚାରି କାର୍ଯ୍ୟରେ ଅଗ୍ରସର ହୋଇଥାଆନ୍ତି।
ସଂଯମତା – ଯେକୌଣସି ପରିସ୍ଥିତି ହେଉ ନା କାହିଁକି ସର୍ବଦା ନିଜ ଉପରେ ନିୟନ୍ତ୍ରଣ ରଖି କାର୍ଯ୍ୟ କରିବା ଉଚିତ। ଏପରି କରିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
ଅନୁଶାସନ – ପିତା ସର୍ବଦା ଅନୁଶାସନରେ ରହିବାକୁ ନିଜ ସନ୍ତାନକୁ ପରାମର୍ଶ ଦେଇଥାଆନ୍ତି। ସେ ନିଜେ ମଧ୍ୟ ଅନୁଶାସନରେ ରହିଥାଆନ୍ତି। ନିଜ ଦୈଦନ୍ଦିନ ଜୀବନ ଶୈଳୀରେ ଏକ ଅନୁଶାସନ ରହିଲେ କାର୍ଯ୍ୟ ପ୍ରତି କ୍ରୋଧ ଆସି ନଥାଏ।
ଗମ୍ଭୀରତା – ପିତା ସର୍ବଦା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଓ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ଅଟନ୍ତି। ଛୋଟ ଛୋଟ କଥା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ପ୍ରତ୍ୟେକ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ହିଁ ଜୀବନରେ ଥିବା ସମସ୍ୟାକୁ ସହଜରେ ସମ୍ମୁଖୀନ କରି ହୋଇଥାଏ ଓ ସମାଧାନ ହୋଇଥାଏ ବୋଲି ପ୍ରତି କଥା ମହତ୍ୱପୂର୍ଣ୍ଣ ବୋଲି କହିଥାଆନ୍ତି।
ପ୍ରେମ – ପିତା ସର୍ବଦା ସନ୍ତାନ ଓ ପରିବାର ସଦସ୍ୟଙ୍କୁ ଖୁବ ଭଲପାଆନ୍ତି। ସଭିଁଙ୍କ ଆବଶ୍ୟକତାକୁ ପୂରଣ କରିଥାଆନ୍ତି। ଭୁଲ କରିବା ସମୟରେ ସ୍ନେହର ସହ ବୁଝାଇଥାଆନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories