mission shakti banner

ଆଫଗାନିସ୍ତାନକୁ ୨୦୧୯ ବିଶ୍ୱକପ୍‌ ଟିକେଟ

BSKY banner  750×100
0

ହରାରେ: ଆଇସିସି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ସୁପର ସିକ୍ସ ମୁକାବିଲାରେ ଆୟରଲାଣ୍ଡକୁ ପରାସ୍ତ କରିଛି ଆଫଗାନିସ୍ତାନ। ଏଥିସହ ୨୦୧୯ରେ ଇଂଲଣ୍ଡରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଖେଳିବା ଲାଗି ଆଫଗାନିସ୍ତାନ ଯୋଗ୍ୟତା ଲାଭ କରିଛି। ଏଥିପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ମଧ୍ୟ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରିଛି। ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୦୯ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୫ ୱିକେଟ ବିନିମୟରେ ମ୍ୟାଚ ଜିତି ନେଇଥିଲା। ଆଫଗାନିସ୍ତାନ ଦ୍ୱିତୀୟଥର ପାଇଁ ବିଶ୍ୱକପ୍‌ ଖେଳିବ। ଏଥିପୂର୍ବରୁ ୨୦୧୫ରେ ଆଫଗାନିସ୍ତାନ ବିଶ୍ୱକପ୍‌ ଖେଳିଥିଲା।

Leave A Reply