www.samajalive.in
Sunday, December 7, 2025
26.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ବିଶ୍ୱ ଭାତୃତ୍ୱ ଦିବସ

କେନ୍ଦୁଝରଗଡ଼ : ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଧର୍ମ ସମ୍ମିଳନୀ ସ୍ମୃତିରେ ପ୍ରତିବର୍ଷ ସେପ୍ଟେମ୍ବର ୧୧ ବିଶ୍ୱ ଭାତୃତ୍ୱ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହିକ୍ରମରେ ସୋମବାର ଧରଣୀଧର ବିଶ୍ୱବିଦ୍ୟାଳୟରେ ବିଶ୍ୱ ଭାତୃତ୍ୱ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ପଣ୍ଡିତ ମଧୁସୂଦନ ମିଶ୍ର ଶାନ୍ତି ପାଠ କରିଥିଲେ। ଜାତୀୟ ସେବା ଯୋଜନା ଜିଲା ସଂଯୋଜିକା ତଥା ରସାୟନ ବିଭାଗ ସହକାରୀ ପ୍ରଫେସର ଡ.ଅନୁପମା ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ନରେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡ.ସତ୍ୟବ୍ରତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଜିର ଯୁବପୀଢ଼ିକୁ ଆହ୍ୱାନ ଦେଇଥିଲେ । ଚିକାଗୋ ଧର୍ମ ସମ୍ମିଳନୀରେ ବିବେକାନନ୍ଦ ଦେଇଥିବା ଉଦ୍‌‌ବୋଧନକୁ ଛାତ୍ର ଅଙ୍କିତ କୁମାର ଝା, ବିଭୁତିଭୂଷଣ ସାହୁ, ଛାତ୍ରୀ ଶତରୂପା ପଣ୍ଡିତ, ରଶ୍ମୀ ପଲେଇ, ସରିତା ମହାନ୍ତ, ସ୍ୱାଗତିକା ବ୍ରହ୍ମ, ପ୍ରଜ୍ଞାପାରମିତା ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବିବେକାନନ୍ଦ କେନ୍ଦ୍ର କେନ୍ଦୁଝରର ପ୍ରଶିକ୍ଷଣ ପ୍ରମୁଖ ପୁରୁଷୋତ୍ତମ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଚିକାଗୋ ଯାତ୍ରାର ସଂଘର୍ଷ ଓ ସଫଳତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡ.ପ୍ରତାପ କୁମାର ମହାନ୍ତି ଏହି ସଭାରେ ଅଧ୍ୟକ୍ଷତା କରି ବିବେକାନନ୍ଦଙ୍କ ଆଦର୍ଶ ଓ ଏକାଗ୍ରତାରେ ଅନୁପ୍ରାଣୀତ ହେବାକୁ ଯୁବଶକ୍ତିଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ ସମସ୍ତ ପ୍ରତିଯୋଗୀଙ୍କୁ ବିବେକାନନ୍ଦଙ୍କ ଜୀବନୀ ପୁସ୍ତକ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଉନ୍ନୟନ ଅଧିକାରୀ ଡ.ସରିତା ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories