ବିଶ୍ବ ବ୍ୟାଙ୍କର ଆନ୍ତର୍ଜାତିକ ଋଣ ରିପୋର୍ଟ-୨୦୨୪, ବଢ଼ିବାରେ ଲାଗିଛି ଭାରତର ଋଣ ପରିମାଣ

ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କର ଆନ୍ତର୍ଜାତିକ ଋଣ ରିପୋର୍ଟ-୨୦୨୪ ଅନୁଯାୟୀ ଭାରତର ଋଣ ପରିମାଣ ବଢ଼ିବାରେ ଲାଗିଛି। ୨୦୨୩ରେ ଋଣ ପରିମାଣ ୩,୧୦୦ କୋଟି ଡଲାର ବଢ଼ି ମୋଟ ୬୪ ହଜାର ୬୭୯ କୋଟି ଡଲାରରେ ପହଞ୍ଚିଛି। ୨୦୨୨ରେ ୧୫୦୮ କୋଟି ଡଲାର ସୁଧ ପରିଶୋଧ ହୋଇଥିବାବେଳେ ୨୦୨୩ରେ ୨୨୫୦ କୋଟି ଡଲାର ସୁଧ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

prayash

୨୦୨୩ରେ ଦୀର୍ଘକାଳୀନ ଋଣ ପରିମାଣ ୭ ପ୍ରତିଶତ ବଢ଼ି ୪୯,୮୦୦ କୋଟି ଡଲାର ହୋଇଥିବାବେଳେ ୨୦୨୩ରେ ସ୍ବଳ୍ପକାଳୀନ ଋଣ ପରିମାଣ ସାମାନ୍ୟ କମି ୧୨,୬୩୨ କୋଟି ଡଲାରରେ ପହଞ୍ଚିଛି। ୨୦୨୩ରେ ୩୩୪୨ କୋଟି ଡଲାରର ସୁଦ୍ଧ ଋଣ ଆସିଥିବାବେଳେ ୪୬୯୪ କୋଟି ଡଲାରର ବିଦେଶୀ ନିବେଶ ଆସିଛି।

kalyan agarbati

Comments are closed.