ଭାଷା ହଜିଗଲେ ସାଂସ୍କୃତିକ ପରିଚୟ ହରାଇବାକୁ ପଡ଼ିଥାଏ:କୁଳପତି
ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ’ ଶୀର୍ଷକ କର୍ମଶାଳା
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ ଆଣ୍ଡ ଇଣ୍ଡିଜିନିୟସ ରିସର୍ଚ୍ଚ(ଏସଟିଆଇଆର)ପକ୍ଷରୁ ‘ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ଭାଷା ହଜିଗଲେ ସାଂସ୍କୃତିକ ପରିଚୟ ହରାଇବାକୁ ପଡ଼ିଥାଏ ଏବଂ ଆଦିବାସୀ ଭାଷା ସଂରକ୍ଷଣ ପାଇଁ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, କୁଳସଚିବ ଡ.ଅଭୟ କୁମାର ନାୟକ, ନୃତତ୍ତ୍ୱ ବିଜ୍ଞାନ ବିଭାଗ ମୁଖ୍ୟ ଡ.କାହ୍ନୁ ଚରଣ ଶତପଥୀ, ଡ. ପରମାନନ୍ଦ ପଟେଲ, ଏସଟିଆଇଆର ନିର୍ଦେଶକ ରମାକାନ୍ତ ଜେନା ପ୍ରମୁଖ ଯୋଗ ଦେଇ ଆଦିବାସୀ ଭାଷାର ଐତିହ୍ୟ, ପରମ୍ପରା ଓ ସଂରକ୍ଷଣ ଉପରେ ଆଲୋଚନା କରିଥିଲେ।
ଏସଟିଆଇଆର ନିର୍ଦେଶକ ଡ.ଶାନ୍ତନୁ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ରୀନା ରାଉତରାୟ ମଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.