ହେପାଟାଇଟ୍ସ-ବି ସଚେନତ କର୍ମଶାଳା
ତିଗିରିଆ : ତିଗିରିଆ ନିଜିଗଡ଼ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେପାଟାଇଟ୍ସ-ବି ରୋଗ ସମ୍ପର୍କୀତ ଏକ କର୍ମଶାଳା ଶୁକ୍ରବାର ଡାକ୍ତରଖାନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ୱବିକାଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଅଞ୍ଚଳରେ ହେପାଟାଇଟ୍ସ-ବି ରୋଗରୁ କିଭଳି ଭାବେ ଲୋକଙ୍କୁ ସୁରକ୍ଷିତ ରଖାଯିବ ଏବଂ ଏଥିରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ପରାମର୍ଶଦାତା ଭାବେ କଟକ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲୋକନାଥ ମହାପାତ୍ର ଯୋଗଦେଇ ହେପାଟାଟ୍ସ-ବି ରୋଗ ଠାରୁ ଗର୍ଭବତୀ ମହିଳାଙ୍କୁ କିଭଳି ଦୂରେଇ ରଖାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିମନ୍ତେ ହେପାଟାଇଟ୍ସ-ବି ପରୀକ୍ଷାକୁ ସବୁଠି ଅନିବାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ଏଥି ସକାଶେ ପ୍ରତି ଗ୍ରାମରେ ସମ୍ପାଦିତ ହେଉଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଦିବସ ଦିନ ପ୍ରତି ଗର୍ଭବତୀ ମହିଳାଙ୍କର ଓ ଅନ୍ୟ ସମସ୍ତଙ୍କର ହେପାଟାଇଟ୍ସ ବି ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଥିଲେ। ଅଞ୍ଚଳରେ ଏହି ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ଥିବା ଥାଲାସେମିଆ ରୋଗୀ, ନିଶା ସେବନ କରୁଥିବା ବ୍ୟକ୍ତି, ଅସ୍ୱାଭାବିକ ଯୌନ ସମ୍ପର୍କ ରଖୁଥିବା ମହିଳା କିମ୍ବା ପୁରୁଷ, ଏମାନଙ୍କୁ ବିଶେଷ ଭାବେ ଧ୍ୟାନ ଦେବା ସହିତ ବ୍ୟାପକ ସଚେତନ କରାଇବା ପାଇଁ ଆଲୋଚନା କରିଥିଲେ। ଏହାଛଡ଼ା ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ସମାଜର କେଉଁ ବର୍ଗର ଲୋକେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, ଫାର୍ମାସିଷ୍ଟ, ଆୟୁଷ ଡାକ୍ତର, ସିଏଚଓ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଓ ତଥ୍ୟ ପରିଚାଳକ ଉପସ୍ଥିତ ଥିଲେ।
Comments are closed.