www.samajalive.in
Monday, December 8, 2025
16.1 C
Bhubaneswar

ଶାବରୀମାଳା ମନ୍ଦିରରେ ପ୍ରବେଶ କରିଛନ୍ତି ୧୦ ମହିଳା

ଥିରୁଭାନନ୍ଥପୁରମ୍‍: ଶାବରୀମାଳା ମନ୍ଦିରରେ ଦୁଇ ମହିଳାଙ୍କ ପ୍ରବେଶ ପରେ ବିବାଦ ଉଠିଛି। ଏହି ଘଟଣାରୁ ସୃଷ୍ଟ ଉତ୍ତେଜନା ଓ ହିଂସାରେ ଜଣକ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଶତାଧିକଙ୍କୁ ଗିରଫ କରାଯାଇଛି। କିନ୍ତୁ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ପାଇଁ ପ୍ରବେଶ ନିଷେଧ ଥିବା ଏହି ମନ୍ଦିରରେ ୧୦ ଜଣ ମହିଳା ପ୍ରବେଶ କରିଛନ୍ତି। ସିସିଟିଭି ଫୁଟେଜ୍‍ରୁ ଏହି ତଥ୍ୟ ମିଳିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ହୋଇପାରିନାହିଁ। ତେବେ ଅନଧିକାର ପ୍ରବେଶ କରିଥିବା ମହିଳାଙ୍କ ବିଷୟରେ ସିସିଟିଭି ଫୁଟେଜ୍‍ରୁ ତଥ୍ୟ ସଂଗ୍ରହ କରାଯାଉଛି। ତାମିଲନାଡ଼ୁ ଓ ମାଲେସିଆରୁ ଆସିଥିବା ୨୫ ଜଣ ମହିଳା ଦର୍ଶନାର୍ଥୀଙ୍କ ନାମ ଓ ବୟସ ପୁଲିସ ନିକଟରେ ଅଛି। ସେମାନଙ୍କ ମଧ୍ୟରୁ ୫ ଜଣ ମନ୍ଦିରରେ ପ୍ରବେଶ କରି ଆୟାପ୍ପାସ୍ୱାମୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ତା ପରେ ଶ୍ରୀଲଙ୍କାର ଆଉ ଜଣେ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ତେବେ ଗତ ୧ ତାରିଖରେ ଅନ୍ୟ ୪ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିବା ପୁଲିସ କହିଛି। ସେଥିମଧ୍ୟରୁ ଜଣେ ମହିଳାଙ୍କ ମୁହଁ ଦେଖାଯାଉଥିବା ବେଳେ ଅନ୍ୟ ତିନି ଜଣ ମହିଳା ସେମାନଙ୍କ ଶରୀରକୁ ଆବୃତ୍ତ ରଖିଥିବା ଦେଖାଯାଉଛି। ସୂଚନାଯୋଗ୍ୟ, ୧୦ ବର୍ଷରୁ ୫୦ ବର୍ଷ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ବହୁ ବର୍ଷରୁ କଟକଣା ରହିଛି। ତେବେ ଗତ ବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଏହି କଟକଣା ଉଠାଇଦେବା ପରେ ବିରୋଧାଭାସ ସୃଷ୍ଟି ହୋଇଛି। ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ପ୍ରାୟ ୪୨୦୦ ମହିଳା ଅନ୍‍ଲାଇନ୍‍ରେ ଆବେଦନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories