ମାନବିକତା ଦେଖାଇ ପ୍ରଶଂସା ସାଉଁଟିଲେ ବାସନ୍ତୀ
ମାଲକାନଗିରି: ମାଲକାନଗିରିରେ କନଷ୍ଟେବଳ(ସିଭିଲ୍) ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥିନୀଙ୍କ ଶିଶୁ ସନ୍ତାନର ଯତ୍ନ ନେଇ ଚର୍ଚ୍ଚାରେ ରହିଛନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ। ପରୀକ୍ଷାର୍ଥୀଙ୍କ ଶିଶୁର ଯତ୍ନ ନେଇ ସେ ମାନବିକତାର ପରିଚୟ ଦେଇଛନ୍ତି । କୁନି ଶିଶୁ କାନ୍ଦିବାରୁ ତାହାକୁ ବାସନ୍ତୀ କୋଳେଇ ନେଇଥିଲେ। ଦୀର୍ଘ ସମୟ ଧରି ପରୀକ୍ଷା ଚାଲିଥିବାବେଳେ ବାହାରେ ଉପସ୍ଥିତ ରହି ବାସନ୍ତୀ ଛୁଆଟିର ଯତ୍ନ ନେଇଥିଲେ। ଏପରିକି ଛୁଆଟି କାନ୍ଦିବାରୁ ସେ ସ୍ତନ୍ୟପାନ ମଧ୍ୟ କରାଇଥିଲେ। ଜଣେ ଛୁଆକୁ ମା’ର ଆଦର ଦେଇ ତାଙ୍କୁ ଅପୂର୍ବ ଆନନ୍ଦ ଅନୁଭବ ହୋଇଥିବା ସେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ବାସନ୍ତୀଙ୍କର ଗୋଟିଏ ନବଜାତ ଶିଶୁ ଥିବାବେଳେ ସେ ନିଜ ଛୁଆକୁ ଘରେ ଛାଡ଼ି ଡ୍ୟୁଟିରେ ନିୟୋଜିତ ଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ମାଲକାନଗିରି ଏସ୍ପି ନିତେଶ ୱାଧୱାନି ମଧ୍ୟ ଟୁଇଟ କରି ପ୍ରଶଂସା କରିଛନ୍ତି।
ରାଜ୍ୟ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ ମଧ୍ୟ ଟୁଇଟ କରି ବାସନ୍ତୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି।
Comments are closed.