ଲାଗୁ କରାଯିବ ପୁରୁଣା ପେନସନ ବ୍ୟବସ୍ଥା: କେଜରିୱାଲ୍

‘କ୍ଷମତାକୁ ଆସିଲେ ଗୁଜରାଟରେ ପୁରୁଣା ପେନ୍‌ସନ ବ୍ୟବସ୍ଥା’

ବରୋଦା: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ଯଦି ଆମ୍‌ ଆଦମୀ ପାର୍ଟି (ଆପ୍‌) କ୍ଷମତାକୁ ଆସେ ତେବେ ପଞ୍ଜାବ ଭଳି ଏହି ଗୁଜରାଟର ସରକାରୀ କର୍ମଚାରୀଙ୍କ ନିମନ୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ମଙ୍ଗଳବାର ପ୍ରତିଶ୍ରୁତି ଦେଇଛନ୍ତି ଆପ୍‌ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ୍‌।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କେଜରିୱାଲ୍ କହିଥିଲେ ପେସନସକୁ ନେଇ ଗୁଜରାଟର ସରକାରୀ କର୍ମଚାରୀମା​‌େ​‌ନ ବହୁ ମନସ୍ତାପରେ ଅଛନ୍ତି। ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସେମାନଙ୍କ ଦାବି। ଯଦି ଆପ୍‌ ଗୁଜରାଟରେ ସରକାର ଗଢ଼େ ତେବେ ନିଶ୍ଚିତ ଭାବେ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବ।

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍‌ ଦଳ ନିମନ୍ତେ ପ୍ରଚାର ପାଇଁ କେଜରିୱାଲ୍ ବରୋଦାରେ ପହଞ୍ଚି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ। ଏହି ଅବସରରେ କେଜରିୱାଲ୍ କହିଥିଲେ ସରକାର ଗଢ଼ିବା-ଭାଙ୍ଗିବା କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭୋଟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ସରକାରୀ କର୍ମଚାରୀମାନେ ଦୀର୍ଘଦିନ ହେବ ଦାବି କରି ଆସୁଥିବା ବେଳେ ବିଜେପି ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ ଆପ୍‌କୁ କ୍ଷମତାସୀନ କରାଇବା ଉଚିତ୍‌। କ୍ଷମତାକୁ ଆସିଲେ ଆପ୍‌ ସରକାର ନିଶ୍ଚିତ ଭାବେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବ।

Comments are closed.