କିଏ ହେବେ ନୂଆ ମୁଖିଆ ?
- ଭୁବନେଶ୍ବର : ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶା ସରକାର ନୂତନ ପୁଲସ0 ମହାନିର୍ଦେଶକ (ଡିଜିପି) ନିଯୁକ୍ତ କରିବେ। େଦ୍ବୖତନଗରୀ କମିସନରେଟ ପୁଲିସ ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ନୂତନ ପୁଲିସ ମୁଖିଆଙ୍କ ସନ୍ଧାନରେ ଅଛନ୍ତି। ସାଧାରଣ ନିର୍ବାଚନକୁ ମାତ୍ର କିଛି ମାସ ବାକି ରହିଥିବାବେଳେ ଶୀର୍ଷ ସ୍ତରରେ ଦୁଇଜଣ ନୂତନ ଚେହେରା ବଦଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
୨୦୦୮ରେ କମିସନରେଟ ପୁଲିସ ଗଠନ ପରଠାରୁ ଭୁବନେଶ୍ୱର-କଟକ ୮ଜଣ ପୁଲିସ ଆୟୁକ୍ତ (ପୁଲିସ କମିସନର ବା ସିପି)ଙ୍କୁ ଦେଖିଛି। ଡିଜି ପାହ୍ୟାରେ ଅବସର ନେଇଥିବା ଆଇପିଏସ୍ ଅଧିକାରୀ ବିଜୟ ଶର୍ମା ଦୀର୍ଘ ଚାରି ବର୍ଷ କମିସନରେଟରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ୧୯୯୫ ବ୍ୟାଚ୍ର ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ କମିସନରେଟ ପୁଲିସ ଆୟୁକ୍ତ ଅଛନ୍ତି। ତାଙ୍କ କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ରହିଛି। ଆସନ୍ତା ମାର୍ଚ୍ଚ ବେଳକୁ ଶ୍ରୀ ପ୍ରିୟଦର୍ଶୀଙ୍କ କାର୍ଯ୍ୟକାଳ ୩ ବର୍ଷ ପୂରଣ ହେବ। ୨୦୨୧ ମାର୍ଚ୍ଚ ୮ରେ ସେ ଆୟୁକ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ନିର୍ବାଚନ ଆୟୁକ୍ତଙ୍କ ନିର୍ଦେଶାବଳୀ ଅନୁଯାୟୀ, ଗୋଟିଏ ଜିଲାରେ ତିନି ବର୍ଷ ପୂରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ ପୂର୍ବରୁ ବଦଳି କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଘରୋଇ ଜିଲାରେ ମଧ୍ୟ ନିଯୁକ୍ତି ଉପରେ ପ୍ରତିବନ୍ଧକ ରହିଛି। ଆୟୁକ୍ତ ପଦ ମୂଳତଃ ଆଇଜି-ପାହ୍ୟାର।
ବିଜୟ ଶର୍ମା ତାଙ୍କ କାର୍ଯ୍ୟକାଳ ସମୟରେ ଏଡିଜି ପାହ୍ୟାକୁ ଉନ୍ନୀତ ହୋଇଥିଲା।
ଏଡିଜି ପାହ୍ୟାର ଅଧିକାରୀଙ୍କ ତାଲିକା ପ୍ରସ୍ତୁତି ଚାଲିଛି। କିଏ ହେେବ କମିସନରେଟ ପୁଲିସର ପରବର୍ତ୍ତୀ ମୁଖିଆ ତା’ ଉପରେ ଏବେ ସମସ୍ତଙ୍କ ନଜର । ଏହି ତାଲିକାରେ ସରକାର ବରିଷ୍ଠ ସହିତ ଅଭିଜ୍ଞ ଅଧିକାରୀଙ୍କୁ ମନୋନୀତ କରିବା ଯଥେଷ୍ଟ ସମ୍ଭାବନା ରହିଛି।
କମିସନେରଟ ପୁଲିସ ଆୟୁକ୍ତ ଦୌଡ଼ରେ ୧୯୯୨ ବ୍ୟାଚ୍ ଆଇପିଏସ୍ ଲଳିତ ଦାସ ରହିଛନ୍ତି। ଶ୍ରୀ ଦାସ ଏବେ ମାନବାଧିକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି)ରେ ଅଛନ୍ତି। ୧୯୯୬ ବ୍ୟାଚ୍ ଅଧିକାରୀ ଅରୁଣ ବୋଥ୍ରା ମଧ୍ୟ ରହିଛନ୍ତି। ଶ୍ରୀ ବୋଥ୍ରା ଏବେ କ୍ରାଇମ ବ୍ରାଞ୍ଚର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ପରିବହନ ଆୟୁକ୍ତଭାବେ କାର୍ଯ୍ୟ କରୁଥିବା ୧୯୯୮ ବ୍ୟାଚ୍ର ଅଧିକାରୀ ଅମିତାଭ ଠାକୁରଙ୍କ ନାମ ଚର୍ଚ୍ଚାରେ ରହିଛି। ଶ୍ରୀ ଠାକୁର ପୂର୍ବରୁ ପୁଲିସ ଉପାୟୁକ୍ତ (ଡିସିପି) ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ତାଙ୍କୁ ଆୟୁକ୍ତ ପଦରେ ବସାଇବା ନିମନ୍ତେ ସରକାର ଚିନ୍ତା କରିପାରନ୍ତି। ଆଇଜି (ଅପରେସନ) ଥିବାବେଳେ ନକ୍ସଲ ହିଂସା ରୋକିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ୧୯୯୪ ବ୍ୟାଚ୍ର ଅଧିକାରୀ ଯଶୱନ୍ତ ଜେଠୱାଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ସେ ଏବେ ଭିଜିଲାନ୍ସ ନିର୍ଦେଶକ ଅଛନ୍ତି। ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସ୍ପିଜି) ଭଳି ପ୍ରମୁଖ ସଂଗଠନରେ ସେ କାମ କରିଛନ୍ତି।
Comments are closed.