www.samajalive.in
Friday, December 12, 2025
23.1 C
Bhubaneswar

ଧଳା କଇଁଛ

ଆମେରିକାର ଦକ୍ଷିଣ କାରୋଲିନା ବେଳାଭୂମିରେ ଏକ ବିରଳ ଈଷତ୍‌ ଧଳା ରଙ୍ଗର କଇଁଛ ଠାବ କରାଯାଇଛି। କିଆୱା ଦ୍ବୀପରେ ଟର୍ଟଲ ପାଟ୍ରୋଲ ଟିମ୍‌ର ସଦସ୍ୟମାନେ ଏହି କଇଁଛ ପାଇଥିଲେ। ଏହି ଛୋଟ କଇଁଛଟି ବର୍ଣ୍ଣକଣିକା ଅଭାବଜନିତ ଏକପ୍ରକାର ଡିଜ୍‌ଅର୍ଡରରେ ଆକ୍ରାନ୍ତ ଥିବା ଜଣାଯାଏ। ଏହାକୁ ଲ୍ୟୁସିଜ୍‌ମ ବୋଲି କହନ୍ତି। ତେବେ ଆଲ୍‌ବିନିଜ୍‌ମ ସମସ୍ୟା ପରି ଲ୍ୟୁସିଜ୍‌ମରେ ଆଖିର ରଙ୍ଗ ବଦଳେ ନାହିଁ। କଇଁଛମାନଙ୍କ କ୍ଷେତ୍ରରେ ଏଭଳି ଲ୍ୟୁସିଜ୍‌ମ ସମସ୍ୟା ଦେଖାଯାଏ ନା ଏହି କଇଁଛଟି ଏକ ବ୍ୟତିକ୍ରମ- ବୋଲି ଜାଣିବାକୁ ଜୀବ ବିଜ୍ଞାନୀମାନେ ଲାଗିଛନ୍ତି। କିଆୱା ଦ୍ବୀପରେ ଏହି କଇଁଛମାନେ ଅଣ୍ଡା ଦେଇଥାନ୍ତି। ମେ ପହିଲାରୁ ଅକ୍ଟୋବର ୩୧ଯାଏ ସେମାନଙ୍କ ପ୍ରଜନନ ସମୟ ହୋଇଥିବା ବେଳେ ଅଣ୍ଡା ଫୁଟିବା ପରେ ଛୋଟ କଇଁଛଗୁଡିକ ସମୁଦ୍ରକୁ ଚାଲିଯା’ନ୍ତି। ଏହି କଇଁଛ ମିଳିବାର କିଛି ଦିନ ପୂର୍ବରୁ ସମୁଦ୍ରକୁ ଯାଇଥିବା ମାଛଧରାଳିମାନେ ବ୍ରିଟେନ୍‌ ଉପକୂଳର ଆଇଲ୍‌ ଅଫ୍‌ ୱାଇଟ୍‌ଠାରେ ୩ଫୁଟ ଲମ୍ବା ଏକ ଧଳା ସାର୍କମାଛ ପାଇଥିଲେ। ୩୦ବର୍ଷ ହେବ ମାଛ ଧରୁଥିଲେ ବି ଏଭଳି ମାଛ ଦେଖିନଥିବା କହିଛନ୍ତି ଜେସନ୍‌ ଗିଲେସ୍ପି। ଜେସନ୍‌ ଏହି ସାର୍କ ମାଛ ପାଇଥିଲେ। ଏହା ମଧ୍ୟ ଲ୍ୟୁସିଜ୍‌ମ​‌​‌ରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ସେମାନେ ଏହି ମାଛର ଫଟୋ ଉଠାଇବା ପରେ ଏହାକୁ ପୁଣି ସମୁଦ୍ରରେ ଛାଡି ଦେଇଥିଲେ।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories