www.samajalive.in
Monday, December 15, 2025
24.1 C
Bhubaneswar

ସାଢେ ତିନି ବର୍ଷ ତଳର ଚିଠି ଗଲା କୁଆଡେ:ହେମନ୍ତ

ବଲାଙ୍ଗିର, -ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ୬ ସେପ୍ଟେମ୍ବର ୨୦୧୮ରେ ସମ୍ବିଧାନର ଧାରା ୧୬୯ (୧) ଅନୁଯାୟୀ ବିଧାନସଭାରେ ଦୁଇ ତୃତୀୟାଂଶରୁ ଅଧିକ ମତରେ ପ୍ରସ୍ତାବ ପାରିତ ହୋଇଥିଲା । ବିଧାନସଭା ପକ୍ଷରୁ ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଚିଠି ପଠାଇ ଦିଆ ଯାଇଥିବା କଥା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ରାଜ୍ୟ ବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା । ଦୀର୍ଘ ତିନି ବର୍ଷ ଧରି ରାଜ୍ୟ ସରକାର ଏହାକୁ ନେଇ ଚୁପ ରହିଥିଲେ । କିନ୍ତୁ ଗତ ଫେବ୍ରୁଆରୀ ୧୦ ତାରିଖ ଦିନ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ଏଭଳି କୌଣସି ପ୍ରସ୍ତାବ କେନ୍ଦ୍ରକୁ ମିଳି ନାହିଁ ବୋଲି କହିବା ପରେ ଓଡିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ବଲାଙ୍ଗିରର ଜଣାଶୁଣା ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗକୁ ଚିଠି ସଂପର୍କରେ ତଥ୍ୟ ମାଗିଥିଲେ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପ୍ରଦାନ କରିଥିବା ତଥ୍ୟରେ କୁହାଯାଇଛି ଯେ, ଓଡିଶା ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ବିଚାର କରାଯାଉଛି । ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଗତ ୧୪ ଫେବ୍ରୁଆରୀ ଦିନ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ପ୍ରଦାନ କରାଯାଇଥିବା ନୂଆ ଚିଠିର ନକଲ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଦିଆଯାଇଛି । ତଥ୍ୟରେ ସଂଲଗ୍ନ କରାଯାଇଥିବା ଉକ୍ତ ନୂଆ ଚିଠିରେ ଓଡିଶା ବିଧାନସଭା ପକ୍ଷରୁ ପ୍ରଦାନ କରାଯାଇଥିବା ପୁରୁଣା ଚିଠି ନଂ ୮୮୫୮/ଖଇ, ୧୮/୯/୨୦୧୮ ସମ୍ପର୍କରେ କେବଳ ସୂଚନା ଦିଆଯାଇଛି । ଯେଉଁ ଚିଠିଟି ଇମେଲ ଓ ସ୍ପିଡ୍‌ ପୋଷ୍ଟରେ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଦିଆଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ୨୦୧୮ ମସିହାରେ ଯେଉଁ ଚିଠି ଦିଆଯାଇଥିଲା ତାହା କେନ୍ଦ୍ର ପାଖରେ ନାହିଁ । ତାହା ହେଲେ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଚିଠି କଣ ହଜି ଯାଇଛି? ବିଧାନସଭାର ଦୁଇ ତୃତୀୟାଂଶରୁ ଅଧିକ ସଭ୍ୟଙ୍କ ମତକୁ ନେଇ ଦାୟିତ୍ୱହୀନତାର ସହ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି । ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେବା ସଙ୍ଗେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ନେଇ ପ୍ରଶ୍ନ କରି ନଥିଲେ ବିଧାନସଭା ଓ ଲୋକସଭା ସଚିବାଳୟ ମଧ୍ୟରେ ଆଦାନ ପ୍ରଦାନ କରାଯାଇଥିବା ଏହି ନିର୍ଦ୍ଦିଷ୍ଟ ଚିଠି ବିଷୟରେ ଜଣାପଡି ନଥାନ୍ତା ବୋଲି ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories