www.samajalive.in
Monday, December 8, 2025
14.1 C
Bhubaneswar

ହ୍ୱାଟ୍ସଆପ୍‌ ଆଣିଲା ନୂଆ,ଜବରଦସ୍ତ ଫିଚର, ଏବେ ଇନଷ୍ଟା ଭଳି..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଏପରି ଏକ ଆପ୍‌ ଯାହାର ବ୍ୟବହାର ସଭିଏଁ ନିଜର ବନ୍ଧୁ ପରିଜନ, ପରିବାର ଠାରୁ ଆରମ୍ଭ କରି କାର୍ଯ୍ୟାଳୟର କାମ ପାଇଁ ମଧ୍ୟ କରି ଥାନ୍ତି। ଉପଭୋକ୍ତାଙ୍କ ରୁଚି ଓ ଆବଶ୍ୟକତାକୁ ଦେଖି ହ୍ୱାଟ୍ସଆପ୍‌ ନୂଆ ନୂଆ ଫିଚର୍‌ ଆଣିଥାଏ । ଏବେ ହ୍ୱାଟ୍ସଆପ୍‌ରେ ଏକ ନୂଆ ଫିଚର୍‌ ଯୋଡି ହୋଇଛି । ଏହାର ସାହାଯ୍ୟରେ ନିଜ ଭିଡିଓରେ ଗୀତ ମଧ୍ୟ ଚଲାଇ ପାରିବେ । ଏହି ଫିଚର୍‌ ଇନଷ୍ଟାଗ୍ରାମ୍‌ ଭଳି । କିଛି ଦିନ ପୂର୍ବରୁୁ ହ୍ୱାଟ୍ସଆପ୍‌ ଷ୍ଟାଟସ୍‌ରେ ଲୋକଙ୍କ ନାମ ଲେଖିବାର ନୂଆ ସୁବିଧା ଆସିଥିଲା । ଠିକ୍‌ ସେହିପରି ଯେପରି ଇନଷ୍ଟାଗ୍ରାମ୍‌ରେ କରାଯାଉଥିଲା । ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ମଧ୍ୟ ନିଜ ଷ୍ଟୋରୀରେ ଗୀତ ଯୋଡି ପାରିବେ । ଯେମିତି ଇନଷ୍ଟାଗ୍ରାମ୍‌ରେ କରାଯାଏ । ଏହି ସୁବିଧା ବର୍ତ୍ତମାନ କିଛି ହ୍ୱାଟ୍ସଆପ୍‌ରେ ଚାଲୁଛି । ଯାହା ବିଟା ଟେଷ୍ଟର ବୋଲି କୁହାଯାଏ।

ଜାଣନ୍ତୁ କେଉଁ ସମୟରେ ଦେଖୁଥିବା ସ୍ୱପ୍ନ ନିଶ୍ଚୟ ହୁଏ ସତ! ଏହି ସ୍ୱପ୍ନ ଦିଏ ଧନଲାଭର ସଙ୍କେତ..

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

WABetainfo ଅନୁଯାୟୀ, ହ୍ୱାଟ୍ସଆପ୍‌ରେ ଏହି ନୂଆ ଫିଚର ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି । ଏଥିରେ ନିଜ ଷ୍ଟୋରୀରେ ଗୀତ ଲୋଡ୍‌ କରି ପାରିବେ । ନିଜ ଷ୍ଟୋରୀ ତିଆରି କରିବା ସମୟରେ ଏକ ନୂଆ ଅପସନ୍‌ ଆସିବ । ଏଥିରେ ବିଭିନ୍ନ ଗୀତ ପାଇଁ ଚୟନ କରିବାକୁ ବିକଳ୍ପ ଆସିବ । ଇନଷ୍ଟାଗ୍ରାମ୍‌ ଭଳି ଏହା କାମ କରିବ ।

ତିରୁମାଳା ମନ୍ଦିର ପରିସରରେ ଅଣ୍ଡା ବିରିୟାନୀ ଖାଉଥିଲେ, ଧରାପଡିଲେ

ହ୍ୱାଟ୍ସଆପ୍‌ ଷ୍ଟେଟସ୍‌ରେ ଷ୍ଟୋରୀ ରଖିବା ସମୟରେ ଆପଣଙ୍କୁ ଏକ @ ଚିହ୍ନ ଦେଖାଯାଏ । ଏହାକୁ କ୍ଲିକ୍‌ କରିବା ପରେ କଣ୍ଟାଣ୍ଟଙ୍କର ଏକ ତାଲିକା ଆସିଯିବ । ଯାହାକୁ ମଧ୍ୟ ନିଜ ଷ୍ଟୋରୀରେ ସାମିଲ କରିବାକୁ ଚାହୁଁଛନ୍ତି, ତାଙ୍କ ନାମ ଚୟନ କରନ୍ତୁ । ଏହାପରେ ଆପଣଙ୍କ ବନ୍ଧୁ ଜାଣି ପାରିବେ ତାଙ୍କୁ ମନେ ପକାଇ ଆପଣ ଷ୍ଟୋରୀରେ ସାମିଲ କରିଛନ୍ତି ।

ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍‌ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories