ଜଘନ୍ୟ: ସ୍ତ୍ରୀ ହାତଗୋଡ଼ ବାନ୍ଧି ଏସିଡ ଢାଳିଲା ସ୍ବାମୀ

ସମାଜ ଡିଜିଟାଲ ଡେସ୍କ: ସ୍ତ୍ରୀର ହାତ ଗୋଡ଼ ବାନ୍ଧି ଶରୀରରେ ଏସିଡ ଢାଳିଲା ସ୍ବାମୀ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସ୍ବାମୀ ଗିରଫ କରିଛି ପୁଲିସ। ଘଟଣାଟି ରାଜନସ୍ଥାନର କୋଟାରେ ଘଟିଛି। ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣେ ସ୍କୁଲ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ୫୦ ପ୍ରତିଶତ ଅଂଶ ଏସିଡ ଦ୍ବାରା ଜଳିଯାଇଛି।

ଘଟଣା ପରେ ଅଭିଯୁକ୍ତ ସ୍ବାମୀ ସୁନୀଲ ଦିକ୍ଷିତ (୫୦) ଫେରାର ହୋଇଯାଇଥିଲା। ହେଲେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁନୀଲକୁ ଗିରଫ କରିଛି।
ସୂଚନା ଅନୁସାରେ, ସୁନୀଲ ଏବଂ ତାଙ୍କ ସ୍ତ୍ରୀ ମମତା ଗୌଡ଼(୪୫)ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଥିଲା। ଗତ ଶନିବାର ସେ କୋଟାକୁ ଏକ ସମ୍ମିଳନୀରେ ଯୋଗଦେବା ଲାଗି ଆସିଥିଲେ। ତେଣୁ ରାତିରେ ରହିବା ଲାଗି ସେ ଶାଶୁ ଘରକୁ ଚାଲିଯାଇଥିଲେ। ରାତିରେ ସୁନୀଲ ମମତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ଉପରେ ଏସିଡି ଢାଳି ଦେଇଥିଲେ। ଚିତ୍କାର ଶୁଣି ପାଖ ପଡ଼ିଲା ଲୋକେ କବାଟ ଭାଙ୍ଗି ସୁନୀଲ ଘରେ ପଶି ମମତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସୁନୀଲ ସେଠାରୁ ଫେରାର ହୋଇଯାଇଥିଲେ। ଭଂଶରୋଡଗଡ଼ରୁ ପୁଲିସ ସୁନୀଲକୁ ଗିରଫ କରିଥିଲା।

Comments are closed.