ହାଇଦ୍ରାବାଦ : ତିରୁମାଳା ମନ୍ଦିର ପରିସରରେ ଶୁକ୍ରବାର କିଛି ଲୋକ ଅଣ୍ଡା ବିରିୟାନୀ ଖାଉଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ୱାଇଏସଆରସିପି ସମେତ ବିଭିନ୍ନ ବିପକ୍ଷ ଦଳ ଅଲୀପିରି ଚେକ୍ ପଏଣ୍ଟରେ ସୁରକ୍ଷାରେ ଅବହେଳାକୁ ନେଇ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ସହ ଆଲୋଚନା ସହ ଏହାର ପ୍ରତିବାଦ କରିଛନ୍ତି। ତିରୁମାଳା ମନ୍ଦିରରେ ନିଶା, ଆମିଷ ଭୋଜନ, ସିଗାରେଟ୍, ତମାଖୁ ଆଦି ସେବନ ଉପରେ ପ୍ରତିବନ୍ଧକ ରହିଥିବା ପରେ ମଧ୍ୟ କିଛି ଲୋକେ ବିରିୟାନୀ ଖାଉଥିବା ଅବସ୍ଥାରେ ଧରାପଡିଛନ୍ତି।
ଏହି ନିୟମ ଅନେକ ପିଢିରୁ ଚାଲୁ ଆସିଥିବା ବେଳେ ଶୁକ୍ରବାର ତିରୁମାଳା ପହଞ୍ଚିଥିବା କିଛି ଲୋକେ ରାମବଗିଚା ବସ୍ ଷ୍ଟାଣ୍ଡରେ ନିକଟରେ ଅଣ୍ଡା ବିରିୟାନୀ ଖାଉଥିଲେ। ନିକଟରେ ଥିବା କିଛି ଶ୍ରଦ୍ଧାଳୁ ଏହି ବିଷୟରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କହିଥିଲା ତିରୁମାଳାରେ ଅଣ୍ଡା ଓ ଅନ୍ୟ ଆମିଷ କିମ୍ବା ନିଶା ଜିନିଷ ସେବନ ଉପରେ ପ୍ରତିବନ୍ଧକ ରହିଛି। ସେହି ସମୟରେ ବିରିୟାନୀ ଖାଇଥିବା ବ୍ୟକ୍ତି ବିଶେଷ କହିଥିଲେ ସେମାନେ ଏହା ବିଷୟରେ କିଛି ଜାଣନ୍ତି ନାହିଁ, ଏହାପରେ ତିରୁମାଳା ପୁଲିସ ସେମାନଙ୍କୁ କଡା ଚେତାବନୀ ଦେଇ ଛାଡିଥିଲା ।
ରାଜ୍ୟ ସରକାର ଟିଟିଡି ମୁଖ୍ୟ ସତର୍କତା ଏବଂ ସୁରକ୍ଷା ଅଧିକାରୀ ଏବଂ ତିରୁପତି ଏସପିଙ୍କୁ ବଦଳି କରିଛନ୍ତି ।
ଜାନୁଆରୀ ୮ ତାରିଖରେ ତିରୁପତି ମନ୍ଦିର ବାହାରେ ଦଳାଚକଟା ଘଟଣାରେ ଛଅଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ୫୦ରୁ ଅଧିକ ଆହତ ହୋଇଥିଲେ।
ଜାଣନ୍ତୁ କେଉଁ ସମୟରେ ଦେଖୁଥିବା ସ୍ୱପ୍ନ ନିଶ୍ଚୟ ହୁଏ ସତ! ଏହି ସ୍ୱପ୍ନ ଦିଏ ଧନଲାଭର ସଙ୍କେତ..
ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..



