
ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର ଓ ସୋମବାର ସାବଧାନତା ଲୋଡ଼ା। ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ମଙ୍ଗଳ ଓ ବୁଧବାର ଅନ୍ୟକୁ ସାହାଯ୍ୟ କରି ଆନନ୍ଦପ୍ରାପ୍ତ କରିବେ। ଶତ୍ରୁ ପରାସ୍ତ ହେବେ। ଗୁରୁବାର ଓ ଶୁକ୍ରବାର ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଶନିବାର ପାରିବାରିକ ଅଶାନ୍ତି ଦେଖାଦେବ। ଆଘାତ ପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ମାନସିକ ଅବସାଦ ଦେଖାଦେବ। ମଙ୍ଗଳ ଓ ବୁଧବାର ଦୂରଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ସମୟ କଟିବ। ଗୁରୁବାର ଓ ଶୁକ୍ରବାର ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ସୁସମ୍ବାଦ ପ୍ରାପ୍ତ ହେବ। ଶନିବାର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ପ୍ରୀତି ଲାଭ ହେବ। ମଙ୍ଗଳବାର ଓ ବୁଧବାର ସାମାନ୍ୟ କଥାକୁ ନେଇ ବିବାଦ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ଶ୍ରୀ ଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ସଫଳତା ପ୍ରାପ୍ତ କରିବେ। ଭାଗ୍ୟରେ ଉନ୍ନତି ହେବ। ମଙ୍ଗଳବାର ଓ ବୁଧବାର ପ୍ରୀତି ଲାଭ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ସାବଧାନତା ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଜମିବାଡ଼ି ଗଣ୍ଡଗୋଳ ସୃଷ୍ଟି ହେବ। ଶନିବାର ଆଧ୍ୟାତ୍ମିକବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଭାଗ୍ୟବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ପିଲାଙ୍କୁ ନେଇ ଚିନ୍ତା ପ୍ରକଟ କରିବେ। ଯଶ ପ୍ରାପ୍ତ କରିବେ। ମଙ୍ଗଳବାର ଓ ବୁଧବାର ପ୍ରତିଯୋଗିତାରେ ବିଜୟୀ ହେବେ। ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ। ନୂତନ ଜମିବାଡ଼ି କିଣିପାରନ୍ତି। ଶନିବାର ଜଗିରଖି ଚଳନ୍ତୁ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଜଗିରଖି ଚଳନ୍ତୁ। ଅତୀତର କର୍ମ ପାଇଁ ଅନୁତପ୍ତ ହେବେ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ବିଦେଶ ଗସ୍ତ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ସମୟ ଅନୁକୂଳ ରହିବ। ନୂତନ ଯାନବାହନ କିଣିପାରନ୍ତି। ମଙ୍ଗଳବାର ଓ ବୁଧବାର ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ଗୁରୁବାର ଓ ଶୁକ୍ରବାର ମଧ୍ୟମ ସଫଳତା ପ୍ରାପ୍ତ ହେବ। ଶନିବାର ଶତ୍ରୁକୁ ପରାସ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ହସଖୁସିରେ କଟିବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ସମ୍ମାନିତ ହେବେ। ସୁସମ୍ବାଦ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ଶତ୍ରୁ ଦ୍ବାରା ପରାସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର ପିଲାଙ୍କୁ ନେଇ ଚିନ୍ତା ପ୍ରକଟିତ ହେବ। ଅତୀତର କର୍ମ ପାଇଁ ପଶ୍ଚାତାପ କରିବେ। ବୁଧବାର ଓ ଗୁରୁବାର କାର୍ଯ୍ୟ ସିଦ୍ଧି ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ପ୍ରୀତି ଲାଭ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ତାରେ ତୁତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।
ମକର: ରବିବାର ପାରିବାରିକ ଆନନ୍ଦ ପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ବୁଧବାର ଓ ଗୁରୁବାର ସନ୍ତାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ଶୁକ୍ରବାର ଓ ଶନିବାର କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠିତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
କୁମ୍ଭ: ରବିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସୋମବାର ଓ ମଙ୍ଗଳବାର ସମ୍ମାନିତ ହେବେ। ପରିଶ୍ରମର ଫଳ ପ୍ରାପ୍ତ ହେବ। ଜମିବାଡ଼ି କିଣିପାରନ୍ତି। ବୁଧବାର ଓ ଗୁରୁବାର ବିବାଦରେ ପଡ଼ିପାରନ୍ତି। ମାଲିମକଦ୍ଦମାର ଭୟ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ଅର୍ଥଲାଭ ହେବ। ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ସୋମବାର ଓ ମଙ୍ଗଳବାର ଅଯଥା ଚିନ୍ତା ଆପଣଙ୍କୁ ଚିନ୍ତିତ କରିବ। ଶାରୀରିକ ପୀଡ଼ା ଦେଖାଦେବ। ବୁଧବାର ଓ ଗୁରୁବାର ଆଭୂଷଣ ପ୍ରାପ୍ତ ହେବ। ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ସମୟାନୁବର୍ତ୍ତୀ ହେବେ। ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
Comments are closed.