କେମିତି କଟିବ ଏହି ସପ୍ତାହ:ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଭାଗ୍ୟବାଦୀ ହେବେ। ପ୍ରତୀକ୍ଷାର ଅନ୍ତ ଘଟିବ। ବୁଧବାର ଓ ଗୁରୁବାର ଲୋକସମ୍ପର୍କ ବୃଦ୍ଧି ହେବ। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଦୁର୍ବଳତା ଅନୁଭବ କରିବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରେ। ବୁଧବାର ଓ ଗୁରୁବାର ଦୂରଯାତ୍ରା ପାଇଁ ସୁଯୋଗ ସୃଷ୍ଟି ହେବ। ବନ୍ଧୁଙ୍କ ଆଗମନ ହୋଇପାରେ। ଶୁକ୍ରବାର ଓ ଶନିବାର ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବେ। କର୍ମଚାରୀମାନେ ସଫଳତା ପାଇବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ। ବିବାହ ପ୍ରସ୍ତାବ ଆସିପାରେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ପାରିବାରିକ କଳହର ଆଶଙ୍କା ରହିଛି। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ମା’ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ଲାଭ ହେବ। ବନ୍ଧୁଙ୍କ ସହଯୋଗ ଲାଭ ହେବ। ନୂତନ ଦ୍ରବ୍ୟ କିଣାକିଣି କରିବେ। ବୁଧବାର ଓ ଗୁରୁବାର ପ୍ରେମରେ ସଫଳ ହେ​‌େ​‌ବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶୁକ୍ରବାର ଓ ଶନିବାର ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଆଶା ନିରାଶାରେ ପରିବର୍ତ୍ତନ ହେବ। ମହିଳା ଓ ବିଦ୍ୟାର୍ଥୀମାନେ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ଭ୍ରମଣ ଯୋଗ ସୃଷ୍ଟି ହେବ। ଦୂରଯାତ୍ରା ପାଇଁ ଯୋଜନା କରିବେ। ବୁଧବାର ଓ ଗୁରୁବାର ମଧ୍ୟମ ଫଳ ପ୍ରାପ୍ତ ହେବ। ଆୟ ଓ ବ୍ୟୟ ସମାନ ରହିବ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠିତ ହେବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଭଟ୍ଟାରିକାଷ୍ଟକ ପାଠ କରନ୍ତୁ।

କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଶୁଭଫଳ ପ୍ରଦାନ କରିବ ନାହିଁ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ଶତ୍ରୁଦ୍ବାରା ପରାସ୍ତ ହେବେ। ବୁଧବାର ଓ ଗୁରୁବାର ବିଳମ୍ବରେ ସଫଳତା ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ବିଜୟଲାଭ କରିବେ। ନୂତନ ଯାନବାହନ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପରୋପକାରୀ ହେବେ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ର ବ୍ୟାପକ ହେବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୂକ୍ତ ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ପ୍ରୀତିଲାଭ ହେବ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳବାର ଓ ବୁଧବାର ମାଲିମକଦ୍ଦମାର ସମ୍ମୁଖୀନ ହେବେ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ନୂତନ କାର୍ଯ୍ୟ ଆରମ୍ଭ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରାମାଷ୍ଟକ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଶତ୍ରୁ ଦମନରେ ସଫଳତା ପ୍ରାପ୍ତ କରିବେ। ଭୂମିଲାଭ ହେବ। ମଙ୍ଗଳବାର ଓ ବୁଧବାର ପ୍ରତିଟି ପଦକ୍ଷେପରେ ଜଗିରଖି ଚଳିବେ। ଅଣ୍ଟାଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ହେତୁକ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁ ଉପରେ ବିଜୟ ଲାଭ କରିବେ। ନୂତନ ଦ୍ରବ୍ୟ ଲାଭ ହେବ। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଜଗନ୍ନାଥାଷ୍ଟକ ପାଠ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ଜଗିରଖି ଚଳିବେ। ସାମାନ୍ୟ ତ୍ରୁଟି ହେତୁ କର୍ମ ବନ୍ଧନ ଯୋଗ ସୃଷ୍ଟି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବେ। ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ପରମ୍ପରାବାଦୀ ହେବେ। ନୂତନ ବନ୍ଧୁ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କାଳୀଙ୍କ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଭ୍ରାତୃ ବିବାଦର ସମାଧାନ ହେବ। ମଙ୍ଗଳବାର ଓ ବୁଧବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଉପରିସ୍ଥ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Comments are closed.