ସାପ୍ତାହିକ ରାଶିଫଳ (୨୫ ସେପ୍ଟେମ୍ବରରୁ ୦୧ ଅକ୍ଟୋବର ୨୦୨୨)

ମେ​ଷ :​‌ ରବିବାର ଓ ସୋମବାର ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟରେ ପ୍ରତିଷ୍ଠା ପାଇବେ। ଯଶ, ମାନ, ଗୌରବ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶନିବାର ଧନପ୍ରାପ୍ତି ହେବ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀମାନେ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ।

ବୃଷ : ରବିବାର କାର୍ଯ୍ୟସିଦ୍ଧି ହେବ। ସୋମବାର ଓ ମଙ୍ଗଳବାର ଆର୍ଥିକ ଉନ୍ନତି ହେବ। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ ନ କଲେ ବିପଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।

ମିଥୁନ : ରବିବାର ଓ ସୋମବାର ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାର ଓ ବୁଧବାର କର୍ମତତ୍ପର ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଗୁରୁବାର ଓ ଶୁକ୍ରବାର ଅସୁବିଧାର ସମ୍ମୁଖୀନ ହେବେ। ଶନିବାର ସଫଳତା ପ୍ରାପ୍ତ ହେବ। ଶ୍ରୀବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ପାଇବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତୁ।

କର୍କଟ : ରବିବାର ଓ ସୋମବାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ ସଫଳତା ମିଳିବ। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ଗୁରୁବାର ଓ ଶୁକ୍ରବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶନିବାର ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦଶନୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।

ସିଂହ : ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ପିଲାଙ୍କୁ ନେଇ ଚିନ୍ତା ପ୍ରକାଶିିତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକୁଶଳୀ ହେବେ। ଅତୀତର କର୍ମକୁ ନେଇ ପଶ୍ଚାତ୍ତାପ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା : ରବିବାର ଓ ସୋମବାର ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ବିବାଦରେ ପଡ଼ିପାରନ୍ତି। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଶନିବାର ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ପାରିବାରିକ ଆନନ୍ଦ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

prayash

ତୁଳା : ରବିବାର ଓ ସୋମବାର ପ୍ରତିଯୋଗିତାରେ ବିଜୟୀ ହେବେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ଘଟିବ। ଗୁରୁବାର ଓ ଶୁକ୍ରବାର ଭାବିଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ ନଚେତ୍‌ ବିପଦରେ ପଡ଼ିପାରନ୍ତି। ଶନିବାର କାର୍ଯ୍ୟରେ ସଫଳତା ପାଇବେ। ମହିଳା ଓ ବିଦ୍ୟାର୍ଥୀ ସତର୍କତା ଅବଲମ୍ବନ କରନ୍ତୁ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକାଙ୍କୁ ଆରାଧନା କରନ୍ତୁ।

ବିଚ୍ଛା : ରବିବାର ଓ ସୋମବାର କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ହେବେ। ପ୍ରତିଷ୍ଠା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ଆର୍ଥିକ ଅନଟନ ଦୂରୀଭୂତ ହେବ। ଗୁରୁବାର ଓ ଶୁକ୍ରବାର ଧନ ପ୍ରାପ୍ତି ହେବ। ଶନିବାର ରାଜଦଣ୍ଡର ଭୟ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।

ଧନୁ : ରବିବାର ଓ ସୋମବାର ଅଶାନ୍ତି ପରିସ୍ଥିତିର ସମ୍ମୁଖୀନ ହେବେ। ଦାମ୍ପତ୍ୟରେ କଳହ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଶୁକ୍ରବାର ଓ ଶନିବାର ପ୍ରଜ୍ଞାଯୁକ୍ତ ହେବେ। ସମସ୍ୟା ଦୂରୀଭୂତ ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

ମକର : ରବିବାର ଓ ସୋମବାର ସୁସମ୍ବାଦ ପ୍ରାପ୍ତ କରିବେ। ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାର ଓ ବୁଧବାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଆର୍ଥିକ ଅନଟନ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ କ୍ରୀଂ କ୍ରୀଂ ସ୍ବାହା ମନ୍ତ୍ର ଜପ କରନ୍ତୁ।

କୁମ୍ଭ : ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରଗତିର ପଥରୋଧ ହେବ। ସମସ୍ୟାଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ନୂତନ ନିଯୁକ୍ତି ମିଳିପାରେ। ଗୁରୁବାର ଓ ଶୁକ୍ରବାର ମାନସିକ ଅବସାଦ ଦେଖାଦେବ। ଶନିବାର ଭ୍ରମଣ ପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପାରିପାର୍ଶ୍ବିକ ପରିସ୍ଥିତିରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ସତର୍କତା ଅବଲମ୍ବନ କରନ୍ତୁ। ଅତ୍ୟଧିକ ଖର୍ଚ୍ଚ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିବ। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

kalyan agarbati

Comments are closed.