www.samajalive.in
Sunday, December 7, 2025
26.1 C
Bhubaneswar

ବାର ଅନୁସାରେ କରନ୍ତୁ ଗ୍ରହମାନଙ୍କ ଉପାସନା

ଯେଉଁ ବ୍ୟକ୍ତିମାନଙ୍କର ଜନ୍ମ କୁଣ୍ଡଳୀ ଗ୍ରହମାନଙ୍କର ଦୋଷ ରହିଥାଏ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଗ୍ରହ ଦୋଷ ଦୂର କରିବା ପାଇଁ ଶିବପୁରାଣରେ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏହି ଗ୍ରନ୍ଥ ଅନୁଯାୟୀ, ସପ୍ତାହର ସାତ ଦିନର ଦେବତା ଭିନ୍ନ ଭିନ୍ନ ହୋଇଥାନ୍ତି। ଗ୍ରହମାନେ ମଧ୍ୟ ଭିନ୍ନ ଭିନ୍ନ ବାରର ସ୍ୱାମୀ ହୋଇଥାନ୍ତି। ତେଣୁ ସେମାନଙ୍କୁ ପ୍ରସନ୍ନ କରିବା ପାଇଁ ଅଲଗା ଅଲଗା ବାରରେ ଉପାୟ କରିବାକୁ ପଡିଥାଏ।
ରବିବାର:
ରବିବାରରେ ସୂର୍ଯ୍ୟଙ୍କ ଉପାସନା କରିବା ଉଚିତ। ସେ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାନ୍ତି। ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଜଳ ଅର୍ପଣ କରିବା ଉଚିତ। ଏହି ଉପାୟ ରବିବାର ଦିନ ଠାରୁ ଆରମ୍ଭ କରିବା ଉଚିତ। ଏହି ବାରରେ ଯେକୌଣସି ଗରିବ ବ୍ୟକ୍ତିଙ୍କୁ ଗୁଡ ଦାନ କରିନ୍ତୁ।ସୋମବାର:
ସୋମବାର ଦିନ ଚନ୍ଦ୍ର ଗ୍ରହଙ୍କ ଦିନ ଅଟେ। ଚନ୍ଦ୍ରଙ୍କ କୃପା ପାଇବା ପାଇଁ ଯେକୌଣସି ଗରିବ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଙ୍କ ସହିତ ଭୋଜନ ଦିଅନ୍ତୁ। ଭୋଜନ ପ୍ରସ୍ତୁତ କରିବା ବେଳେ ଶୁଦ୍ଧ ଘିଅର ବ୍ୟବହାର କରନ୍ତୁ। ପ୍ରଭୁ ଶିବଙ୍କୁ ଖିରିର ଭୋଗ ଲଗାନ୍ତୁ।
ମଙ୍ଗଳବାର:
ମଙ୍ଗଳଗ୍ରହ ଏହି ବାରର ଦେବତା ଅଟନ୍ତି। ସେ ଆମକୁ ରୋଗରୁ ରକ୍ଷା କରନ୍ତି। ତାଙ୍କୁ ପ୍ରସନ୍ନ କରିବା ପାଇଁ ମହାକାଳୀଙ୍କର ପୂଜା କରନ୍ତୁ। ଏହାସହ ଗରିବଙ୍କୁ ଖାଦ୍ୟ ବାଣ୍ଟନ୍ତୁ। ଭୋଜନରେ ମୁଗ, ହରଡ ଇତ୍ୟାଦି ଡାଲି ଦିଅନ୍ତୁ।ବୁଧବାର:
ଏହି ବାରର ଦେବତା ବୁଧ ଅଟନ୍ତି। ବୁଧଙ୍କୁ ବୁଦ୍ଧିର ସ୍ୱାମୀ ବୋଲି କୁହାଯାଏ। ବୁଧବାର ଦିନ ଗଣେଶଙ୍କୁ ଦୁବ ଚଢାନ୍ତୁ। କ୍ଷୀରରେ ପ୍ରସାଦ ପ୍ରସ୍ତୁତ କରି ଭୋଗ ଲଗାନ୍ତୁ। ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ମଧ୍ୟ ବୁଧ ପ୍ରସନ୍ନ ହୋଇଥାନ୍ତି।
ଗୁରୁବାର:
ବୃହସ୍ପତି ଗୁରୁବାରର ଆଧିପତ୍ୟ ଦେବତା ଅଟନ୍ତି। ବୃହସ୍ପତିଙ୍କ କୃପାରୁ ଆୟୁ ବୃଦ୍ଧି ହୋଇଥାଏ। ଏହି ଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ବସ୍ତ୍ର, ଯଜ୍ଞ ଓ କ୍ଷୀରରେ ପ୍ରସ୍ତୁତ ଦ୍ରବ୍ୟ ଚଢାଇ ଇଷ୍ଟ ଦେବତାଙ୍କ ପୂଜା କରନ୍ତୁ। ଶିବଙ୍କୁ ପୂଜା କରିବା ଉଚିତ।ଶୁକ୍ରବାର:
ସମସ୍ତ ସୁଖ ଓ ସୁବିଧାର କାରକ ଗ୍ରହ ହେଉଛନ୍ତି ଶୁକ୍ର। ତାଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ବିବାହିତ ଗରିବ ମହିଳାଙ୍କୁ ସଧବାଙ୍କ ଦ୍ରବ୍ୟ ଓ ଅନ୍ନ ଦାନ କରନ୍ତୁ।
ଶନିବାର:
ଶନି ହେଉଛନ୍ତ ନ୍ୟାୟର ଦେବତା। ସେ ମନୁଷ୍ୟକୁ ତାର କର୍ମ ଅନୁସାରେ ଫଳ ଦେଇଥାନ୍ତି। ତାଙ୍କ କୃପାରୁ ମୃତ୍ୟୁ ଭୟ ଦୂରେଇ ଯାଇଥାଏ। ଶନିଙ୍କ କୋପ ମଧ୍ୟ ମନୁଷ୍ୟ ଜୀବନରେ ଅନେକ କ୍ଷତି ପହଞ୍ଚାଇଥାଏ। ତେଣୁ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ରାଶି ଚଢାନ୍ତୁ। ଗରିବ ବ୍ୟକ୍ତିଙ୍କୁ ତେଲ ଦାନ କରନ୍ତୁ। ଏହାସହ ଖାଦ୍ୟ ମଧ୍ୟ ଦାନ କରନ୍ତୁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories