www.samajalive.in
Saturday, December 6, 2025
15.1 C
Bhubaneswar

ବିଜିୟୁ ପକ୍ଷରୁ ଆଭାସି ଆଲୋଚନାଚକ୍ର

ଭୁବନେଶ୍ୱର: ବିର୍ଲା ସ୍କୁଲ ଅଫ କମର୍ସ, ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ‘ରିଲେଭାନ୍ସ ଅଫ ଏଜୁକେସନ: ପୋଷ୍ଟ ପାନ୍‍ଡେମିକ’ ଶୀର୍ଷକ ଏକ ବିଜିୟୁ ପକ୍ଷରୁ ଆଭାସି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର (ଡଃ) ଅଳକା ସିଂ, ଡିନ୍‍ ଡିପାର୍ଟମେଣ୍ଟ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସ, ରାମସ୍ୱରୂପ ମେମୋରିଆଲ ୟୁନିଭରସିଟି, ଉତ୍ତର ପ୍ରଦେଶ, ଥୋମାସ ମାଥ୍ୟୁ, ଫାଇନାନ୍‍ସିଆଲ କନସଲଟାଣ୍ଟ ଆଣ୍ଡ ଏମଡି, ଓଡ଼ିଶା କ୍ୟାପିଟାଲ ମାର୍କେଟ ଆଣ୍ଡ ଏଣ୍ଟରପ୍ରାଇଜ ଏଥିରେ ଅତିଥି ଭାବରେ ଯୋଗଦେଇଥିଲେ । ବିର୍ଲା ସ୍କୁଲ ଅଫ କମର୍ସର ଡିନ୍‍ ପ୍ରଫେସର ଡଃ ସାମସନ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଫେସର ଡଃ ଅଳକା ସିଂ ଅର୍ଥନୀତିର ଏକ ଅନୁଶାସନ ଭାବରେ ବାଣିଜ୍ୟର ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରିଥିଲେ । ସିଏମଏ ଥୋମାସ ମାଥ୍ୟୁ ନୂତନ ପ୍ରକାର କୌଶଳ ଭିତ୍ତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିର୍ଲା ସ୍କୁଲ ଅଫ କମର୍ସର ସହକାରୀ ପ୍ରଫେସର ନେହା ଯୋଶୀ ଏହି ବିଜିୟୁ ପକ୍ଷରୁ ଆଭାସି ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories