www.samajalive.in
Monday, December 8, 2025
14.1 C
Bhubaneswar

ୱେବ୍ ସିରିଜ୍‌ ରାଣୀ ଶ୍ବେତା

ହାତଗଣତି କେତୋଟି ଚଳଚ୍ଚିତ୍ର ଓ ୱେବ୍‌ ସିରିଜ୍‌ରେ କାମ କରିଛନ୍ତି ଶ୍ବେତା ତ୍ରିପାଠୀ, ହେଲେ ଦର୍ଶକଙ୍କ ପାଖରେ ଯେପରି ଚିହ୍ନା ମୁହଁଟିଏ। ହସକୁରୀ ଶ୍ବେତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ଅନୁସାରେ ସବୁବେଳେ ଭୂମିକା ମିଳୁଥିବାର ସେ ସାକ୍ଷାତକାର୍‌ରେ ମଧ୍ୟ କହିଛନ୍ତି। ଏଇ ସୁନ୍ଦରୀ ହସକୁରୀ ଝିଅର ପ୍ରତିଭାକୁ ଅନୁରାଗ କଶ୍ୟପ ହିଁ ପ୍ରଥମେ ଚିହ୍ନଟ କରିଥିଲେ। ୨୦୧୫ରେ ମୁକ୍ତିଲାଭ କରିଥିବା ‘ମଶାନ୍’ ଚଳଚ୍ଚିତ୍ରରେ ଶ୍ବେତାଙ୍କ ଛୋଟ ଭୂମିକା ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଭୂମିକା ପାଇଁ ସେ ଜୀ ସିନେ ଆୱାର୍ଡରେ ଶ୍ରେଷ୍ଠ ସହଅଭିନେତ୍ରୀର ପୁରସ୍କାର ପାଇଥିଲେ। ମଶାନ୍‌ର ସଫଳତା ପରେ ଶ୍ବେତା ୱେବ୍‌ ସିରିଜ୍‌ ପ୍ରତି ଆକର୍ଷିତ ହେଲେ। ଜୋୟା ଅଖତର୍‌ଙ୍କ ‘ମେଡ୍ ଇନ୍ ହେଭେନ୍’’ର ସ୍ବାଭିମାନୀ ବଧୂର ଚରିତ୍ରରେ ସେ ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଲେ। ଅନୁରାଗ କଶ୍ୟପ ଏକ ସାକ୍ଷାତକାର୍‌ରେ କହିଥିଲେ, ଶ୍ବେତା ହେଉଛନ୍ତି ୱେବ୍‌ ସିରିଜ୍‌ର ରାଣୀ। ଏଇ ମନ୍ତବ୍ୟ ଶୁଣି ଶ୍ବେତା ହସିହସି କହିଥିଲେ, ସାର୍‌ଙ୍କ ଏଭଳି ମତାମତରେ ମୁଁ ଗର୍ବିତ। ଏବେ ଆଗାମୀ ୱେବ୍‌ ସିରିଜ୍ ‘କାର୍ଗୋ’ ପାଇଁ ଚର୍ଚ୍ଚାରେ ଅଛନ୍ତି ଶ୍ବେତା। ଏଥିରେ ତାଙ୍କ ସହ ବିକ୍ରାନ୍ତ ମସେ ଅଭିନୟ କରିଛନ୍ତି। ଦୁଇଜଣଙ୍କ ଯୋଡ଼ି ସୁପରହିଟ୍ ହେବା ନିଶ୍ଚିତ ବୋଲି ସମୀକ୍ଷକ ମହଲରେ ଚର୍ଚ୍ଚା ଚାଲିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories