www.samajalive.in
Sunday, December 7, 2025
26.1 C
Bhubaneswar

ସକ୍ରିୟ ଘୂର୍ଣ୍ଣିବଳୟ: ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଟ୍ରପଲାଇନର ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର , ନୟାଗଡ, କଟକ , ବୌଦ୍ଧ , ଅନୁଗୁଳ, ସୁନ୍ଦରଗଡ ଏବଂ ଝାରସୁଗୁଡା ପାଇଁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ସେପଟେ ପୁରୀ, ଖୋର୍ଦ୍ଧା , ଢେଙ୍କାନାଳ, ଯାଜପୁର , ବାଲେଶ୍ଵର, ଭଦ୍ରକ କେନ୍ଦ୍ରପଡା ଆଦି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି।  ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ବଲାଙ୍ଗିରରେ ୯୦ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡି ୬୧.୨ମି.ମି, ଅନୁଗୋଳ ୬୦ମି.ମି, ନବରଙ୍ଗପୁର ୫୭ମି.ମି ଏବଂ ବୌଦ୍ଧ ୫୭ମି.ମି ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୋଳ, ବରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବୌଦ୍ଧରେ ସବୁଠୁ ଅଧିକ ୧୪୫ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ ଉଲୁଣ୍ଡା ୧୩୭ ମି.ମି ଏବଂ ବୀରମହାରାଜପୁରରେ ୧୧୧ ମି.ମି ବର୍ଷା ହୋଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories