ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଥିଲା ଅସହ୍ୟ ତାତି। ଆଜି ସକାଳୁ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ ହ୍ରାସ ପାଇଛି ଦିନ ତାପମାତ୍ରା। ମିଳିଛି ତାତିରୁ ଆଶ୍ୱସ୍ତି। ପାଗରେ ପରିବର୍ତ୍ତନ ସହ ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାତିରୁ ଆଶ୍ୱସ୍ତି ମିଳିଛି। ଗତକାଲି ଠାରୁ ପ୍ରାୟ ୮ ଡିଗ୍ରୀ ହ୍ରାସ ପାଇଛି ଭୁବନେଶ୍ୱର ତାପମାତ୍ରା। ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୩.୨ ରେକର୍ଡ କରାଯାଇଛି। ବାଲେଶ୍ୱର ୩୬, ପୁରୀ ୩୩.୪, ପାରାଦୀପ ୩୨.୬, ଚାନ୍ଦବାଲି ୩୨, ଝାରସୁଗୁଡା ୩୨.୬, ଗୋପାଳପୁର ୩୧ ,ସମ୍ବଲପୁର ୩୦, କେନ୍ଦୁଝର ୨୮, ହୀରାକୁଦ ୨୯.୨ ଡିଗ୍ରୀ ରେକର୍ଡ କରାଯାଇଛି।
୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା
ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ତଥା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା
— Meteorological Centre, Bhubaneswar (@mcbbsr) April 21, 2023
ଏହାମଧ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। ରାଜ୍ୟରେ କାଳବୈଶାଖୀ ପ୍ରଭାବ ବଢିବ। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟାଇ ଦିଆଯାଇଛି। ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି।
ଏହାସହ ୨୨ ଓ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ସହ ଓଡିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ତଥା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବହିବାର ସମ୍ଭାବନା ରହିଛି।



